ଆମେରିକା ଯୁଦ୍ଧ ପୋତକୁ ଘଉଡାଇଲା ଋଷ: ଅସ୍ୱୀକାର କଲା ଆମେରିକା ନୌସେନା

Advertisment
ଆମେରିକା ଯୁଦ୍ଧ ପୋତକୁ ଘଉଡାଇଲା ଋଷ: ଅସ୍ୱୀକାର କଲା ଆମେରିକା ନୌସେନା

କନକ ବ୍ୟୁରୋ: ଜାପାନ ସାଗରରେ ଚୀନ ଓ ଋଷର ମିଳିତ ସମରାଭ୍ୟାସ ଚାଲୁଥିବାବେଳେ ଆମେରିକାର ଏକ ଯୁଦ୍ଧ ପୋତ ଋଷ ସାମୁଦ୍ରିକ ସୀମା ମଧ୍ୟକୁ ପ୍ରବେଶ କରିବାରୁ ଏହାକୁ ଋଷ ନୌସେନା ଘଉଡାଇ ଦେଇଥିବା ଋଷ କହିଛି । ଅନ୍ୟପକ୍ଷରେ ଏହାକୁ ଅସ୍ୱୀକାର କରିଛିି ଆମେରିକା ।

ୟୁ. ଏସ୍‌. ମିଲିଟାରି କହିଛି, ‘ଗାଇଡେଡ୍‌ ମିସାଇଲ୍‌ ଡେଷ୍ଟ୍ରୟର୍‌ ଚେଫି’ (ଯୁଦ୍ଧପୋତ) ଜାପାନ ସାଗର ଅନ୍ତର୍ଗତ ଆନ୍ତର୍ଜାତିକ ଜଳରାଶିରେ ନିୟମିତ ଅଭିଯାନ ଚଳାଉଥିବା ବେଳେ ଗୋଟାଏ ରୁଷୀୟ ଯୁଦ୍ଧପୋତ ଆମେରିକୀୟ ଯୁଦ୍ଧପୋତର ୬୦ ମିଟର୍‌ ନିକଟକୁ ଚାଲି ଆସିଥିଲା। କିନ୍ତୁ, ପରସ୍ପର ମଧ୍ୟରେ ନିରାପଦ ଓ ଔପଚାରିକ ଭାବବିନିମୟ ହୋଇଥିଲା। କିନ୍ତୁ, ଏ ସଂକ୍ରାନ୍ତରେ ରୁଷ୍‌ ଯେଉଁ ମନ୍ତବ୍ୟ ଦେଇଛି ତାହା ମିଥ୍ୟା। ସବୁ ସମୟରେ ‘ୟୁଏସ୍‌ଏସ୍‌ ଚେଫି’ ଆନ୍ତର୍ଜାତିକ ଆଇନ ଓ ପ୍ରଥା ଅନୁସାରେ ଅଭିଯାନ ଚଳାଏ।

ଅନ୍ୟପଟେ ଏହା ପୂର୍ବରୁ ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଥିଲା, ରୁଷୀୟ ଯୁଦ୍ଧପୋତ ‘ଆଡ୍‌ମିରାଲ୍‌ ଟ୍ରିବ୍ୟୁଟ୍‌ସ୍‌’ର ନାବିକମାନେ ‘ଚେଫି’କୁ ବେତାର ମାଧ୍ୟମରେ ସତର୍କ ସୂଚନା ଦେଇଥିଲେ। ସମରାଭ୍ୟାସରେ ରୁଷ୍‌ କମାଣ ବ୍ୟବହାର କରୁଥିବାରୁ ଏ ଭଳି ସତର୍କ ସୂଚନା ଜାରି କରାଯାଇଥିଲା।

କିନ୍ତୁ, ଆମେରିକୀୟ ପୋତ ଗତି ପଥ ବଦଳାଇବାକୁ ଅସମର୍ଥ ହେବା ସହ ଡେକ୍‌ରୁ ହେଲିକପ୍ଟର୍‌ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛି ବୋଲି ସୂଚାଇବାକୁ ପତାକା ଉତ୍ତୋଳନ କରିଥିଲା। ଏହାର ଅର୍ଥ ହେଉଛି ପୋତ ଗତିପଥ କିଂବା ଗତିବେଗ ପରିବର୍ତ୍ତନ କରି ପାରିବ ନାହିଁ।

ଫଳତଃ, ଆନ୍ତର୍ଜାତିକ ନିୟମ ଅନୁପାଳନ ସହ ‘ଆଡ୍‌ମିରାଲ୍‌ ଟ୍ରିବ୍ୟୁଟ୍‌’ ରୁଷୀୟ ଆନ୍ତର୍ଜାତିକ ଜଳରାଶିରୁ ଆମେରିକୀୟ ଯୁଦ୍ଧପୋତକୁ ଗୋଡ଼ାଇ ଗୋଡ଼ାଇ ତଡ଼ିବାକୁ ଉଦ୍ୟମ କରିଥିଲା। ଶେଷରେ ଦୁଇ ପୋତ ମଧ୍ୟରେ ୬୦ ମିଟର ବ୍ୟବଧାନ ଥିବା ବେଳେ ‘ଚେଫି’ ଗତିପଥ ପରିବର୍ତ୍ତନ କରିଥିଲା। ଜାପାନ ସାଗରର ପଶ୍ଚିମ ପ୍ରାନ୍ତସ୍ଥିତ ‘ପିଟର୍‌ ଦି ଗ୍ରେଟ୍‌ ବେ’ରେ ପ୍ରାୟ ୫୦ ମିନିଟ୍‌ ଧରି ଏହି ଘଟଣା ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe