କରୋନା କାଳରେ ଆସିଲା ଆଶ୍ୱସ୍ତିକର ଖବର । ପ୍ରଥମ କରୋନା ଟିକା ଆଣିଲା ରୁଷିଆ । ସ୍ୱାସ୍ଥ୍ୟମନ୍ତ୍ରାଳୟର ଅନୁମତି ପରେ ଘୋଷଣା କଲେ ରାଷ୍ଟ୍ରପତି ପୁଟିନ୍ । କହିଲେ, ଝିଅଙ୍କୁ ଦିଆଯାଇଛି ପ୍ରଥମ ଟିକା

2,862

 କନକ ବ୍ୟୁରୋ: ଋଷିଆ ବିଶ୍ୱର ପ୍ରଥମ କରୋନା ଟିକାର ପଂଜୀକରଣ କରିଛି ବୋଲି ଏହାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଆଜି ଏକ ଟେଲିଭିଜନ ଭାଷଣ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ଏଥିସହ ପୁଟିନଙ୍କ ଝିଅଙ୍କୁ ପ୍ରଥମ ଟିକା ଦିଆଯାଇଥିବା ସୂଚନା ରହିଛି। ଏହି ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି । ଏହି ଟିକାକୁ ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଦିଆଯିବ ।

କରୋନା ଟୀକାକୁ ନେଇ ଆସିଛି ସବୁଠୁ ବଡ ଖବର । କରୋନାର ପ୍ରଥମ ଟିକା ପ୍ରସ୍ତୁତ ହୋଇଥିବା ଆଜି ଔପଚାରିକ ଭାବେ ଘୋଷଣା କରିଛନ୍ତି ଋଷ ସରକାର । ରାଷ୍ଟ୍ରପତିଙ୍କ ଝିଅଙ୍କୁ ପ୍ରଥମ ଟିକା ଦିଆଯାଇଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଟୀକାକୁ ସବୁଜ ସଂକେତ ଦେବା ପରେ କରୋନା କାଳରେ ଏହି ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ ।

ସୂଚନା ଅନୁସାରେ ରୁଷିଆର ଗମାଲେଇ ଇନଷ୍ଟିଚ୍ୟୁଟ୍ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ବିଭାଗ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି କରୋନା ଟିକା । ଖୁବ ଶିଘ୍ର ଏହି ଟିକାର ଅଧିକ ଉତ୍ପାଦନ କରାଯିବା ସହ ସର୍ବସାଧାରଣରେ ଯୋଗାଇ ଦିଆଯିବ ବୋଲି ଋଷ ସରକାର କହିଛନ୍ତି । ମସ୍କୋର ସେଚେନୋଭ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏହି ଟିକାର ନାଁ ରହିଛି– କ୍ୟାମ କୋଭିଡ୍ ଭ୍ୟାକ୍ । ଏହାର ସଫଳ ପରୀକ୍ଷଣ ହୋଇସାରିବା ପରେ ଋଷିଆ ରାଷ୍ଟ୍ରପତିଙ୍କ ଝିଅକୁ ଏହି ଟିକା ଦିଆଯାଇଛି । ରୁଷ ସରକାର କହୁଛନ୍ତି ଦେଶରେ ପ୍ରଥମେ ବୟସ୍କ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ ।

ପ୍ରଥମ କରୋନା ଟିକା କିଏ ଆଣିବ ଏ ନେଇ ସାରା ବିଶ୍ୱରେ ପ୍ରତିଯୋଗତା ଚାଲିଥିବା ବେଳେ ରୁଷ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ବିଶ୍ୱର ପ୍ରଥମ କରୋନା ଟିକା ଆି । ଏନେଇ ଘୋଷଣା କରିଛନ୍ତି ରୁଷିଆ ସରକାର । । ଏହି ଘୋଷଣା ପରେ ସାରା ବିଶ୍ୱର ନଜର ଏବେ ରୁଷିଆ ଉପରେ ଅଟକି ରହିଛି । କାରଣ ରୁଷିଆ ଦାବି କରୁଛି ଖୁବଶୀଘ୍ର ଟିକା ବଜାରକୁ ନେଇଆସିବ । ମସ୍କୋର ସେଚେନୋଭ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏହି ଟିକାର ନାଁ ରହିଛି – କ୍ୟାମ କୋଭିଡ୍ ଭ୍ୟାକ୍ । ଏହାର ସଫଳ ପରୀକ୍ଷଣ ହୋଇସାରିଥିବା ରୁଷିଆ ଦାବି କରିଛି । ରୁଷ ସରକାର କହୁଛନ୍ତି ଦେଶରେ ପ୍ରଥମେ ବୟସ୍କ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ ।