ଲୋକସଭା ନିର୍ବାଚନ ଭିତରେ ରୁଷର ବଡ ଦାବି । ଭାରତର ନିର୍ବାଚନରେ ଦଖଲ ଦେବାକୁ ଚେଷ୍ଟା କରୁଛି ଆମେରିକା ।

Advertisment
ଲୋକସଭା ନିର୍ବାଚନ ଭିତରେ ରୁଷର ବଡ ଦାବି । ଭାରତର ନିର୍ବାଚନରେ ଦଖଲ ଦେବାକୁ ଚେଷ୍ଟା କରୁଛି ଆମେରିକା ।

କନକ ବ୍ୟୁରୋ: ଭାରତରେ ଲୋକସଭା ନିର୍ବାଚନ ଭିତରେ ରୁଷର ବଡ ଦାବି । ରୁଷର କହିବା ମୁତାବକ, ଭାରତର ଲୋକସଭା ନିର୍ବାଚନରେ ଦଖଲ ଦେବାକୁ ଚେଷ୍ଟା କରୁଛି ଆମେରିକା । ଭାରତରେ ହେଉଥିବା ଲୋକସଭା ନିର୍ବାଚନରେ ଅସ୍ଥରତା ସୃଷ୍ଟି କରିବା ହେଉଛି ଆମେରିକାର ମୁଖ୍ୟ ଲକ୍ଷ୍ୟ । ରୁଷର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଟି ନ୍ୟୁଜ୍ ମୁତାବକ, ରୁଷ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିୟା ଜାଖାରୋବା କହିଛନ୍ତି, ଆମେରିକା ଭାରତର ରାଜନୈତିକ ମାହୋଲକୁ ବିଗାଡିବାକୁ ଚେଷ୍ଟା କରୁଛି । ଆମେରିକା ଲଗାତାର ଭାରତର ଧାର୍ମିକ ସ୍ୱତନ୍ତ୍ରତାକୁ ନେଇ ନିରାଧାର ଆରୋପ ଲଗାଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତର ରାଜନୈତିକ ମାହୋଲକୁ ଖରାପ କରିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe