ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ରୁଷ ସହିତ  ଭାରତ ଅଛି ବୋଲି କହିଛନ୍ତି

64

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ପୀଡିତଙ୍କ ପରିବାର ସହ ଆମର ସମବେଦନା ଓ ପ୍ରାର୍ଥନା ରହିଛି । ରୁଷର ଏହି ଦୁଃଖଦ ସମୟରେ ଭାରତ ସରକାର ରୁଷ ଲୋକଙ୍କ ସହ ଦୃଢତାର ସହ ଛିଡା ହେଇଛି ।

ରୁଷର ରାଜଧାନୀ ମସ୍କୋ ନିକଟରେ ଏକ କନସର୍ଟ ହଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ପ୍ରାୟ ୧୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣକୁ ବିଶ୍ବର ସମସ୍ତ ଦେଶ ନିନ୍ଦା କରିଛନ୍ତି । ଆତଙ୍କବାଦୀଙ୍କ ଏହି ଅମାନବିକ କାର୍ଯ୍ୟକୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିନ୍ଦା କରିଛନ୍ତି । ଏହି ଆକ୍ରମଣରେ ନିହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଠାରେ ସେ ଲେଖିଛନ୍ତି ଯେ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ  ନିନ୍ଦା କରୁଛୁ । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଆମର ସମବେଦନା ଓ ପ୍ରାର୍ଥନା ପୀଡ଼ିତାଙ୍କ ପରିବାର ସହିତ ଅଛି । ରୁଷର ଏହି ଦୁଃଖଦ ମୁହୂର୍ତ୍ତରେ ଭାରତ ସରକାର ରୁଷ ସଂଘ ସହ ଦୃଢତାର ସହ ଛିଡା ହେଇଛି ।

ଏହି ଆକ୍ରମଣକୁ ସାଉଦି ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିଛି । ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ସାଉଦି ଉଗ୍ରବାଦ ଏବଂ ଆତଙ୍କବାଦ ବିରୋଧରେ ଲଢେଇ ଉପରେ ଗୁରୁତ୍ୱାରୋପ କରୁଛି । ମସ୍କୋରେ ଥିବା ସାଉଦି ଦୂତାବାସ ନାଗରିକଙ୍କ ସତର୍କତା ପାଇଁ ଏକ ନମ୍ବର (+79175110815) ଜାରି କରିଛି। ଏହା ସହିତ ଦୂତାବାସ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ଆକ୍ରମଣ ସ୍ଥାନ ପରିସରଠାରୁ ଦୂରରେ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛି ।

ରୁଷରେ ହୋଇଥିବା ଆକ୍ରମଣକୁ ଆମେରିକା ମଧ୍ୟ ନିନ୍ଦା କରିଛି । ହ୍ଵାଇଟ ହାଉସର ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ଏହା ଏକ ହିଂସାତ୍ମକ ଅମାନବୀୟ କମ । ଏ ବିଷୟରେ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ କରାଯାଉଛି ।  କିର୍ବି କହିଛନ୍ତି ଯେ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସହ ଆମର ସହାନୁଭୂତି ରହିଛି । ଏହା ସହିତ ସେ କହିଛନ୍ତି ଯେ ମସ୍କୋରେ ଥିବା ଆମେରିକା ଦୂତାବାସ ସମସ୍ତ ଆମେରିକୀୟ ନାଗରିକଙ୍କୁ କୌଣସି କାର୍ଯ୍ୟ, କନସର୍ଟ ଏବଂ ସପିଂ ମଲକୁ ନ ଯିବା ପାଇଁ ନୋଟିସ ଜାରି କରିଛନ୍ତି । ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଏହା ବ୍ୟତୀତ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ।

ଆପଣଙ୍କୁ ଜଣେଇ ଦେଉଛୁ ଯେ ମାର୍ଚ୍ଚ ୨୨ ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ଏକ ମଲ୍ ଉପରେ ଆକ୍ରମଣ କରିଥିଲେ । କୁହାଯାଉଛି ଯେ ଆକ୍ରମଣକାରୀଙ୍କ ସଂଖ୍ୟା ୫ ଥିଲା । ଯେଉଁମାନେ  ମଲରେ ଆଖିବୁଜା  ଭାବେ ଗୁଳି ଚଳାଇଥିଲା । ଯେଉଁ କାରଣରୁ ଘଟଣାସ୍ଥଳରେ ଏକ ଆତଙ୍କର ପରିବେଶ ହେଇଯାଇଥିଲା । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଯିଏ ଯୁଆଡେ ପାରିଲା ଦୌଡିବାକୁ  ଆରମ୍ଭ କରିଦେଇଥିଲେ । ଘଟଣାର ସିସିଟିଭି ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଆତଙ୍କବାଦୀମାନେ ଗୁଳି ଚଳାଇଥିବାର ସ୍ପଷ୍ଟ ଦେଖାଯାଉଛି ।