ଘନଉଛି ୟୁକ୍ରେନ ସଙ୍କଟ, ବଢୁଛି ଯୁଦ୍ଧ ଆଶଙ୍କା: ୨୪ରୁ ୪୮ ଘଂଟା ଭିତରେ ୟୁକ୍ରେନ ଉପରେ ଋଷର ଆକ୍ରମଣ କରିବା ନେଇ ଆମେରିକାର ଆଶଙ୍କା 

281

କନକ ବ୍ୟୁରୋ: ୟୁକ୍ରେନକୁ ନେଈ ଦିନକୁ ଦିନ ଘନଉଛି ଋଷ ଓ ଆମେରିକା ବିବାଦ । ୟୁରୋପ ଛାତିରେ ପରସ୍ପର ସାମ୍ନାରେ ଛିଡା ହୋଇଛନ୍ତି ବିଶ୍ୱର ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର । ସ୍ଥିତି ଏଭଳି ହେଲାଣି କି କୌଣସି ମୁହୁର୍ତରେ ହୋଇପାରେ ଯୁଦ୍ଧ । ଗୋଟେ ପଟେ ୟୁକ୍ରେନ ସୀମାରେ ଋଷ ନିଜର ହତିଆର, ସେନା ଠୁଳ କରୁଥିବାବେଳେ ଆମେରିକା ବି ଅତିରିକ୍ତ ସେନା ପଠାଉଛି ।ଏହା ଭିତରେ ବଡ ଦାବି କରିଛି ଆମେରିକା । ୟୁକ୍ରେନ ଉପରେ ଋଷ ୪୮ରୁ ୭୨ ଘଂଟା ଭିତରେ କରିପାରେ ଆକ୍ରମଣ

ୟୁକ୍ରେନ ଓ ଋଷ ମଧ୍ୟରେ  ଯୁଦ୍ଧ ଭଳି ପରିସ୍ଥିତି । କୌଣସି ସମୟରେ ଋଷ କରିପାରେ ଆକ୍ରମଣ । ଯୁଦ୍ଧ ଆଶଙ୍କା ଘେରରେ ଥିବା ୟୁକ୍ରେନକୁ ନେଇ  ଏହି ବଡ ଦାବି କରିଛି ଆମେରିକା । ଆଗାମୀ ୪୮ରୁ ୭୨ ଘଂଟା ଭିତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବାଇଡେନ ସରକାର ।  ୟୁକ୍ରେନକୁ ୩ପଟୁ ଘେରି ସାରିଥିବା ଋଷ ଏବେ ବଡ ଯୋଜନା କରି ବିଭିନ୍ନ ଦିଗରୁ ଆକ୍ରମଣ ପାଇଁ ଯୋଜନା କରୁଥିବା କହିଛି ଆମେରିକା ସେନା ।  ଯେକୌଣସି ମୁହୁର୍ତରେ ୟୁକ୍ରେନର ରାଜଧାନୀ କିଭରେ ପହଁଚିପାରନ୍ତି ଋଷ ସେନା । ସେପଟେ ସ୍ଥିତିକୁ ଦେଖି ଆମେରିକା ବି ନିଜର ସମରସଜା କଲାଣି ।

ଆମେରିକା ୟୁକ୍ରେନ ସୀମାରେ ସେନା  ଠୁଳ କରିବା ସହ ଅତିରିକ୍ତ ସୈନ୍ୟଙ୍କୁ ପଠାଇଲାଣି । ୧୦ଟି ଯୁଦ୍ଧ ବିମାନ ସହ ୮୦ଟନର ଅଧିକ ହତିଆର ବି ପଠାଇଛି ଆମେରିକା । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ପ୍ରତିରକ୍ଷାମନ୍ତ୍ରୀ ଓଲେକ୍ସି ରେଜନିକୋଭ । ୟୁକ୍ରେନ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି କି, ବୋରେସ୍ପିଲ ବିମାନବନ୍ଦରରେ ଆମେରିକା ସେନା ୮୦ଟନରୁ ଅଧିକ ଗୋଳାବାରୁଦ ଓ ହତିଆର ସହ ନିଜ ସେନାକୁ ଓହ୍ଲାଇଛି । ଆଗକୁ ଏହା ସଂଖ୍ୟା ବୃଦ୍ଧି ପାଇପାରେ । ସେପଟେ ନାଟୋ ନିଜର ସହଯୋଗୀ ଦେଶମାନଙ୍କୁ ୟୁକ୍ରେନକୁ ସହାୟତା କରିବା ପାଇଁ  ଅପିଲ  ଜାରି ରଖିଛି । ଋଷ ଉପରେ ଆମେରିକା ଅଭିଯୋଗ କରିଛି କି ୟୁକ୍ରେନ ସୀମାରେ ୩୦ହଜାର  ଅତିରିକ୍ତ ସେନା ଠୁଳ କରିଛି ଋଷ । ପୂର୍ବରୁ ଏଠାରେ ଲକ୍ଷେ ସେନା ରହିଛନ୍ତି ଓ ଏବେ ଅଧିକ ୩୦ହଜାର ଅଧିକ ସେନା ପଠାଇଛି ଋଷ ।

ଆମେରିକୀୟ ସେନା ଅଧିକାରୀ ଜେଲେନସ୍କାଲ କହିଛନ୍ତି କି ମସ୍କୋ ଫୋର୍ସ ୟୁକ୍ରେନକୁ ୩ ପଟୁ ଘେରି  ସାରିଲେଣି । ଅତିଶିଘ୍ର ହୋଇପାରେ ଯୁଦ୍ଧ । ସେ ଏକଥା ବି କହିଛନ୍ତି ଯଦି ଯୁଦ୍ଧ ହୁଏ ତେବେ ଅଶାନ୍ତ ହେବ  ସମଗ୍ର ୟୁରୋପ । ସେପଟେ ସ୍ଥାନୀୟ ବାସିନ୍ଦା କହିଛନ୍ତି କି ଋଷ ୟୁକ୍ରେନ ଦଖଲ କରିବା ପାଇଁ ବିପୁଳ ମାତ୍ରାରେ ମିସାଇଲ, ଫୋର୍ସ ଓ ଟ୍ୟାଙ୍କ ଆଦି ମୃତୟନ କରିସାରିଛି । କ୍ରିଷ୍ଣା ସାଗରେ ୬ଟି ଯୁଦ୍ଧ ଜାହଜ ଲାଗିଛି । ୟୁକ୍ରେନ ସମର୍ଥନରେ ଆମେରିକା ଓ ନାଟୋ ଦେଶ ରହିଥିବାବେଳେ ବିରୋଧରେ ରହିଛି ଋଷ । ସଙ୍କଟପୂର୍ଣ୍ଣ ସ୍ଥିତିିରେ ଆଜି ୟୁକ୍ରେନ ରାଜଧାନୀ କିଭରେ ପହଁଚୁଛନ୍ତି ଜର୍ମାନ ଚାନ୍ସଲର ଓଲାଫ ସୋଲଜ ।

ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ  ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର  ପୁତିନଙ୍କ ମଧ୍ୟରେ  ୧ଘଂଟା ଧରି ଫୋନରେ ଆଲୋଚନା ହୋଇଥିଲା । ସୂଚନା ମୁତାବକ ବୈଠକରେ କୌଣସି ନିର୍ଷ୍କସ ବାହାରିପାରିନି । ବୈଠକରେ ପୁତିନଙ୍କ ନରମ ମନୋଭାବ ପ୍ରକାଶ ପାଇନି ଓ ବାଇଡେନ ବି ତାଗିଦ କରିଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ ମହଙ୍ଗା ପଡିବ ବୋଲି ବାଇଡେନ ଚେତାବନୀ ଦେଇଛନ୍ତି ।

ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପାଇଁ ନିଶ୍ଚିତ ବୋଲି ଅନେକ ରାଷ୍ଟ୍ର ଅନୁମାନ କରିସାରିଲେଣି । ସ୍ଥିତିକୁ ଦେଖି ସେମାନେ ନିଜ ନିଜ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ପର୍ରାମଶ ଦେଇଛନ୍ତି । ନାଗରିକଙ୍କ ପାଈଁ ଆମେରିକା ଅନ୍ୟ କିଛି ପାଶ୍ଚତ୍ୟ ଦେଶ ଆଡଭାଇଜରୀ  ଜାରି କରିଛନ୍ତି । ଆମେରିକା ଦୂତାବାସ ଠିକଣା ବି ବଦଳାଇବାକୁ କହିଛି । । କିଛି ବିମାନ କମ୍ପାନୀ ୟୁକ୍ରେନକୁ ବିମାନ ଉଡାଣ ବାତିଲ ବି କରିସାରିଲେଣି ।

ୟୁକ୍ରେନ ସଙ୍କଟ ଭାରତ ସମେତ ଜାପାନ,ଆମେରିକା ଓ ଅନ୍ୟ କିଛି ଦେଶରେ ପ୍ରଭାବ ଦେଖିବାକୁ ମିଳିଲା । ଦେଶଗୁଡିକରେ ହଠାତ ସେୟାରମାର୍କେଟ ଖସିଛି । ଏହି ସମ୍ଭାବ୍ୟ ଯୁଦ୍ଧ ହିଁ ୩ୟ ବିଶ୍ୱଯୁଦ୍ଧର ଭିତି ପକାଇବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।