କନକ ବ୍ୟୁରୋ: ଋଷ- ୟ୍ରୁକ୍ରେନ୍ ମଧ୍ୟରେ ଯୁଦ୍ଧ ପାଇଁ ସରିଲାଣି ସଜବାଜ । ଯୁଦ୍ଧ ଯେ ନିଶ୍ଚିତ ଏହାକୁ ପ୍ରମାଣ କରିଛିି ଏଠିକାର ପରିସ୍ଥିତି । ୟୁକ୍ରେନର ଦୁଇଟି ପ୍ରାନ୍ତକୁ ଋଷ ଅକ୍ତିଆର କରି ସ୍ୱାଧୀନ ଘୋଷଣା କରିବା ପରେ ୧୩ଟି ପ୍ରାନ୍ତରେ ଲଗାତାର ବିସ୍ଫୋରଣ କରିଛି ଋଷ ସେନା । ।ଏଥିମଧ୍ୟରେ ଗୋଟିଏ ପ୍ରାନ୍ତ ଦୋନେସ୍କରେ ବୁଧବାର ଲଗାତାର ବିସ୍ଫୋରଣ ହୋଇଥିବା ଯୋଗୁଁ ୟୁକ୍ରେନବାସୀ ଭୟଭୀତ ହୋଇପଡିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଆଜିର ଜାତିସଂଘ ବୈଠକ । ହେଲେ ଏଥିରେ ପୁଟିନ ଯାହା କହିଲେ ସେଥିରୁ ଯୁଦ୍ଧ ନିଶ୍ଚିତ ବୋଲି କୁହାଯାଉଛି । କାରଣ ଆଜିର ବୈଠକରେ ପୁଟିନ୍ ୟୁକ୍ରେନକୁ ଚେତାବନୀ ଦେଇଛନ୍ତି । ୟୁକ୍ରେନ ସେନା ଯଦି ଅସ୍ତ୍ର ନଛାଡନ୍ତି ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେ କଡା ଚେତାବନୀ ଦେଇଛନ୍ତି । ଖାଲି ଏତିକି ନୁହେଁ ଯଦି କୌଣସି ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରେ ତେବେ ସେମାନେ ମଧ୍ୟ ପରିଣତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି ଋଷ ।
ଏପରି ସ୍ଥିତିରେ ଦୋନେସ୍କରେ ଥିବା ବିଦ୍ରୋହୀ ଋଷର ସହାୟତା ଲୋଡିଛନ୍ତି । ଆମେରିକାର ଧମକ ପରେ ବିଦ୍ରୋହୀମାନେ ସୁରକ୍ଷା ପାଇଁ ଋଷର ସହାୟତା ଭିକ୍ଷା କରିଛନ୍ତି । ୟୁକ୍ରେନ ସୀମାରେ ପରିସ୍ଥିତି ଜଟିଳ ଥିବାରୁ ଏଠିକାର ଅଧିକାଂଶ ଇଲାକାକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯିବା ସହ ୟୁକ୍ରେନର ବିମାନ ବନ୍ଦର ଗୁଡିକରୁ ବିମାନ ଉଡାଣକୁ ରଦ୍ଦ କରାଯାଇଛି ।
Follow Us