କନକ ବ୍ୟୁରୋ: ଋଷ ଓ ୟୁକ୍ରେନ୍ ସୀମାରେ ଗତ କିଛି ଦିନ ଧରି ଲାଗି ରହିଥିବା ଉତ୍ତେଜନା ଏବେ ଶାନ୍ତ ପଡିବା ନେଇ ସୂଚନା ମିଳୁଛି । କାହିଁକି ନା, ଋଷ ଏବେ ୟୁକ୍ରେନ୍ ସୀମାରୁ ନିଜ ସୈନ୍ୟ ଫେରାଇ ଆଣିବାକୁ ଘୋଷଣା କରିଛି । ଏହାସହ କ୍ରିମିଆରୁ ଋଷ ସୈନ୍ୟ ପଛକୁ ଫେରୁଛନ୍ତି । ତେବେ ଋଷର ଏହି ଘୋଷଣା ସହ ୟୁକ୍ରେନ୍ ସୀମାରେ ଲାଗି ରହିଥିବା ଯୁଦ୍ଧ ସ୍ଥିତିକୁ ରୋକିବା ସମ୍ଭବ ହେବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ୟୁକ୍ରେନ ସୀମାରେ ଋଷ ସେନା ମୃତୟନ ପରେ ଯୁଦ୍ଧ ଏକ ପ୍ରକାର ନିଶ୍ଚିତ ହୋଇଥିଲା । କିନ୍ତୁ ଏବେ ବିଶ୍ୱ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ୟୁକ୍ରେନ ସୀମାରେ ମୃତୟନ ଋଷ ଯବାନ ନିଜ ନିଜ ଶିବିରକୁ ଫେରିବା ଆରମ୍ଭ କରିଛନ୍ତି । ତେବେ ଗତକାଲି ଏନେଇ ଋଷ ପ୍ରତିରକ୍ଷା ମନ୍ତ୍ରାଳାୟ ସୂଚନା ଆଧାରରେ ଖବର ଦେଇଥିଲା ସମ୍ବାଦ ସରବରାହ ସଂସ୍ଥା ଏଏଫସି ।
ତେବେ ଋଷର ପ୍ରତିରକ୍ଷା ବିଭାଗର ମୁଖପାତ୍ର ଇଗୋର କୋନାସସେନକୋଭ କହିଥିଲେ, ୠଷ ଦକ୍ଷିଣ, ପଶ୍ଚିମ ମିଲିଟାରୀ ଜିଲ୍ଲାର ୟୁନିଟ ଗୁଡିକ ନିଜ ନିଜ ଶିବିରକୁ ଫେରିବା ଆରମ୍ଭ କଲେଣି । ଆମେ ସୀମାରେ ଯୁଦ୍ଧାଭ୍ୟାସ କରିବାକୁ ସୈନ୍ୟ ପଠାଇଥିଲୁ । ଆମର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଏକଥା ଋଷ ପୂର୍ବରୁ ସ୍ପଷ୍ଟ କରିସାରିଛି । ଯୁଦ୍ଧଭ୍ୟାସ ଶେଷ ପରେ ଏବେ ଆମ ସେନା ଶିବିରକୁ ଫେରିଛନ୍ତି । ଏବେ ପ୍ରତ୍ୟାବର୍ତ୍ତନ ପ୍ରକିୟା ଆରମ୍ଭ ହୋଇଛି । ଏହା ଏକ ନିୟମିତ ପ୍ରକିୟା ଓ ଦରକାର ପଡିଲେ ପୁଣି ଅଧିକ ସଂଖ୍ୟକ ସୈନ୍ୟ ସୀମାନ୍ତରେ ଯୁଦ୍ଧାଭ୍ୟାସ କରିବାକୁ ଯିବେ ।
ଗତ କିଛି ସପ୍ତାହ ଧରି ଋଷ ୟୁକ୍ରେନକୁ ୩ ପଟୁ ଘେରିବା ସହ ହଜାର ହଜାର ଯବାନଙ୍କୁ ୟୁକ୍ରେନ ସୀମାରେ ମୃତୟନ କରିଥିଲା । ଏହାପରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଆଶଙ୍କା ଅଧିକ ଘନୀଭୂତ ହୋଇଥିଲା । କିଛି ଦିନ ହେବ ସୀମାରେ ଋଷର ସମରସଜ୍ଜା ଦେଖି ୟୁକ୍ରେନ ସମେତ ସମଗ୍ର ବିଶ୍ୱରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆଶା ଆଶଙ୍କା ଦେଖିବାକୁ ମିଳିଥିଲା । ଏହାସହ ୟୁକ୍ରେନ ସୀମାରେ ଓ ବେଲାଋଷ ସହ ମିଶି ଋଷର ଯୁଦ୍ଧାଭ୍ୟାସ ଅଧିକ ଚିନ୍ତା ବଢାଇଥିଲା । ଯୁଦ୍ଧ ଏଡାଇବା ପାଇଁ ଜର୍ମାନ ଚାନସଲର ଓଲାଫ ସ୍କୋଲଜ ମସ୍କୋରେ ପହଁଚିଥିଲେ । ପୁତିନଙ୍କ ସହ ସାକ୍ଷାତ କରି ଯୁଦ୍ଧ ଏଡାଇବା ପାଇଁ ବଡ ଭୂମିକା ନିର୍ବାହ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/27-15.jpg)