କନକ ବ୍ୟୁରୋ : ଋଷର ରକ୍ଷାମନ୍ତ୍ରଣାଳୟ ନିଜ ସୈନିକଙ୍କୁ କହିଛି କି, ପ୍ରଥମେ ଆମେରିକାର ଫାଇଟର ଜେଟ ଏଫ-୧୫ ଓ ଏଫ୍ -୧୬ କୁ ନଷ୍ଟକରିଦିଅ । ଏହି କାମ ଯେଉଁ ସୈନିକ କରିପାରିବ ତାଙ୍କୁ ସରକାରଙ୍କ ତରଫରୁ ୧.୪୧ କୋଟି ଟଙ୍କା ପୁରସ୍କାର ମିଳିବ । ଋଷ ଏଭଳି ଘୋଷଣା କରିବା ପଛର ମୁଖ୍ୟ କାରଣ ହେଉଛି ଆମେରିକା ସମେତ ଅନ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ସହାୟତା ପାଇଁ ଏହି ଯୁଦ୍ଧ ବିମାନ ବ୍ୟବହାର କରୁଛନ୍ତି ।

Advertisment

ଜୁଲାଇ ୧୬ ତାରିଖରେ ପ୍ରଥମେ ଋଷର ଏକ ତୈଳ ଉତ୍ତୋଳନ କାରୀ ଯନ୍ତ୍ରାଂଶ ତିଆରି କରୁଥିବା କମ୍ପାନୀ ସେନାକୁ ଏହି ଅଫର ଦେଇଥିଲା । ଯେଉଁ ସୈନିକ ଆମେରିକାର ଏଫ-୧୬ କିମ୍ବା ଏଫ-୧୫ ନଷ୍ଟ କରିଦେବ ତାଙ୍କୁ ୧୫ ମିଲିୟନ ଡଲାର ରୁବଲ୍ସ ଦିଆଯିବ । କମ୍ପାନୀ ନିଜ ତରଫରୁ ଏହି ଅଫର ଋଷର ରକ୍ଷାମନ୍ତ୍ରଣାଳୟକୁ ଦେିଥିଲା । ଏହି ଖବର ବାବଦରେ ପ୍ରଥମେ ଋଷର ସମାଚାର ଏଜେନ୍ସି ଟିଏଏସଏସ ସୂଚନା ଦେଇଥିଲା ।

କହିରଖୁ କି ଋଷ ଓ ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଡଚ୍ ଓ ଡାନିସ ସରକାର ୟୁକ୍ରେନକୁ ଏଫ-୧୬ ଫାଇଟର ଜେଟ ପ୍ରଦାନ କରୁଛନ୍ତି । ଏହାସହ ନରୱେ ଓ ବେଲଜିୟମ ମଧ୍ୟ ୫୦ ରୁ ଅଧିକ ଏଫ-୧୬ ଫାଇଟର ଜେଟ ଦେବାକୁ ୟୁକ୍ରେନ ସହ ଚୁକ୍ତି କରିଛନ୍ତି ।