ଯୁଦ୍ଧ ଭିତରେ ଆସିଲା ଆଶ୍ୱସ୍ତିକର ଖବର । ୟୁକ୍ରେନ୍ ସହ କଥାବାର୍ତ୍ତା ପାଇଁ ରାଜି ହେଲା ଋଷ ।

ଯୁଦ୍ଧ ଭିତରେ ଆସିଲା ଆଶ୍ୱସ୍ତିକର ଖବର । ୟୁକ୍ରେନ୍ ସହ କଥାବାର୍ତ୍ତା ପାଇଁ ରାଜି ହେଲା ଋଷ ।

କନକ ବ୍ୟୁରୋ : ଋଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆସିଛି ଭଲ ଖବର । ୟୁକ୍ରେନ ସହ କଥାବାର୍ତ୍ତା ପାଇଁ ରାଜି ହୋଇଛି ଋଷିଆ । ଯୁଦ୍ଧ ଶେଷ କରିବାକୁ କଥାବାର୍ତ୍ତା ପାଇଁ ଋଷ ପ୍ରସ୍ତୁତ ଥିବା ସୂଚନା ମିଳିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୟୁକ୍ରେନ୍ ସେନା ଶିବିର ଉପରେ ଆକ୍ରମଣ ଜାରି ରଖିବ ଋଷିଆ । ଯୁଦ୍ଧ ଭିତରେ ଋଷ ବୈଦେଶିକ ମନ୍ତ୍ରୀ ଏନେଇ ବଡ଼ ବୟାନ ଦେଇଛନ୍ତି ।

ୟୁକ୍ରେନ ରୁଷିଆ ଯୁଦ୍ଧ ଭିତରେ ଆସିଲା ବଡ ଖବର । ସପ୍ତାହେ ଧରି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବା ବେଳେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ବୟାନ୍ ରଖିଛନ୍ତି । ରୁଷ ଆଲୋଚନା ପାଇଁ ପ୍ରସ୍ତୁତ ଅଛି ହେଲେ ଆକ୍ରମଣ ଜାରି ରହିବ ବୋଲି ସିଧାସଳଖ କହିଛି । ୟୁକ୍ରେନର ସାମରିକ ଘାଟିକୁ ଧ୍ୱସଂ କରାଯିବ ବୋଲି କହିଛି ରୁଷିଆ । ବ୍ଲାକ-ସିରେ ଯୁଦ୍ଧଜାହାଜ ପ୍ରସ୍ତୁତ କରି ରଖିଛି ରୁଷିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe