ମହାକାଶରେ ବଡ ବିପଦ ! ପୃଥିବୀ ଉପରେ ପଡିବ ସିଧା ପ୍ରଭାବ !

302

କନକ ବ୍ୟୁରୋ : ମହାକାଶରେ ସୃଷ୍ଟି ହେବାକୁ ଯାଉଛି ବଡ ବିପଦ । ଯାହାର ପ୍ରଭାବ ସିଧାସଳଖ ପୃଥିବୀ ଉପରେ ପଡିବ ବୋଲି କୁହାଯାଉଛି । ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ବା ଆଇଏସଏସ୍ ଏବଂ ମହାକାଶରେ ଥିବା ସାଟେଲାଇଟ୍ ସହ ଧକ୍କା ହୋଇପାରେ ବର୍ଯ୍ୟବସ୍ତୁରୁ ସୃଷ୍ଟି ହୋଇଥିବା ଏକ ବିଶାଳ ଗୋଲା । ଆପଣ ଭବୁଥିବେ ମହାକାଶରେ ବର୍ଯ୍ୟବସ୍ତୁ ଆସିଲା କେଉଁଠୁ? ଏହା ବି ମଣିଷ ଦ୍ୱାରା ସୃଷ୍ଟି ହୋଇଛି ।
ବିଶ୍ୱରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢୁଛି । ବଢୁଥିବା ପ୍ରଦୂଷଣ କାରଣରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ମଣିଷଙ୍କ ଦ୍ୱାରା ଏବେ ମହାକାଶରେ ବି ପ୍ରଦୂଷଣର ମାତ୍ରା ବଢିଛି । ଯାହାକୁ ନେଇ ବଡ ବିପଦ ସୃଷ୍ଟି ହୋଇଛି । ମହାକାଶରେ ଏବେ ପ୍ରାୟ ୨୭ ହଜାରରୁ ଅଧିକ ଖଣ୍ଡ ଖଣ୍ଡ ବର୍ଯ୍ୟବସ୍ତୁ ବା ସାଟେଲାଇଟ୍ ୱେଷ୍ଟ୍ ଘରିବୁଲୁଛି । ଏହା କୌଣସି ମୁହୁର୍ତ୍ତରେ ଆଇଏସ୍ଏସ୍ ଏବଂ ସାଟେଲାଇଟରେ ଧକ୍କା ହୋଇପାରେ । ଗତ ସୋମବାର ଦିନ ଆଉ ୧୫ଶହ ଖଣ୍ଡ ସାଟେଲାଇଟ୍ ୱେଷ୍ଟ୍ ଏଥିରେ ଯୋଡି ହୋଇଯାଇଛି । ଯେତେବେଳେ ଋଷ ତାର ପୂରୁଣା ସାଟେଲାଇଟକୁ ମହାକାଶରେ ନଷ୍ଟ କରି ନୂଆ ସାଟେଲାଇଟ୍ ଲଗାଇଛି । ଏନେଇ ଆମେରିକୀୟ ମହାକାଶ ଏଜେନ୍ସି ବା ନାସା କହିଛି, ଏହି ସାଟେଲାଇଟ୍ ୱେଷ୍ଟ ଉପରେ ନଜର ରଖାଯାଇଛି । ଯଦି ଏହି ସାଟେଲାଇଟ୍ ଖଣ୍ଡ ଆଇଏସଏସରେ ଧକ୍କା ହେବାର ସମ୍ଭାବନା ଦେଖାଯିବ ତେବେ ମହାକାଶଯାତ୍ରୀଙ୍କୁ ପୂର୍ବରୁ ସୂଚୀତ କରିଦିଆଯିବ । ଏବଂ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିବାକୁ ନିର୍ଦ୍ଦେଶ ଦିଆଯିବ