ୟୁକ୍ରେନ ସୀମାରେ ରୁଷ ବିମାନ ଦୁର୍ଘଟଣାଗସ୍ତ । ଦୁର୍ଘଟଣାରେ ଏବେ ସୁଦ୍ଧା ୭୦ ରୁ ଅଧିକ ମୃତ୍ୟୁ ସୂଚନା, ଦୁର୍ଘଟଣାସ୍ଥଳ ରୁଷର ବେଲଗୋରୋଡ

138

କନକ ବ୍ୟୁରୋ : ରୁଷ-ୟୁକ୍ରେନ ସୀମା ବେଲଗୋରୋଡରେ ବଡ଼ ବିମାନ ଦୁର୍ଘଟଣା । ୬୫ଜଣ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ରୁଷର ଏକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଯୁଦ୍ଧବନ୍ଦୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୭୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମସ୍କୋ ସମୟ ପୂର୍ବାହ୍ନ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସାମ୍ନାକୁ ଆସିଛି । ହଠାତ ବିମାନଟି ଆକାଶମାର୍ଗରୁ ତଳକୁ ଖସିପଡି ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ୬୫ଜଣ ଯୁଦ୍ଧବନ୍ଦୀ ମାନଙ୍କୁ ବିନିମୟ ପାଇଁ ବେଲଗୋରୋଡ ଅଂଚଳକୁ ନିଆଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ରୁଷ ବାୟୁସେନା ପକ୍ଷରୁ ଦୁର୍ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।