କନକ ବ୍ୟୁରୋ : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଖୋର୍ଦ୍ଧା, ନୟାଗଡ ଓ ଢେଙ୍କାନାଳରେ ଏକକାଳିନ ଚଡାଉ ହୋଇଥିଲା । ଚଢାଉ ବେଳେ ତାଙ୍କ ଘର ଦେଖି କାବା ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । ତାଙ୍କ ଘରେ କୋଟି କୋଟି ଟଙ୍କାର ସାଜସଜା ହୋଇଛି ।
ଭୁବନେଶ୍ୱର ନିଳାଦ୍ରୀ ବିହାର ଅଂଚଳରେ ଥିବା ତିନି ମହଲା କୋଠାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଢେଙ୍କାନାଳର ସଡଙ୍ଗୀ ଠାରେ ଗୋଟିଏ ଘର, ୯ଟି ପ୍ଲଟ, ଗୋଟିଏ ଚାରି ଚକିଆ ଗାଡି, ଗୋଟିଏ ଦୁଇ ଚକିଆ ଗାଡି, ୪୪ଲକ୍ଷ ୭୩ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ, ୯ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା, ୧ଲକ୍ଷ ୩୦ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ତାଙ୍କ ମୋଟ ସମ୍ପତିର ମୂଲ୍ୟ ୨କୋଟି ୫୧ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି । କେବଳ ଏତିକି ନୁହେଁ ଚଢାଉ ବେଳେ ପୁଳା ପୁଳା ପୁରୁଣା ୫ ଶହ ଟଙ୍କିଆ ନୋଟ ବିଡା ଜବତ କରିଥିଲା ଭିଜିଲାନ୍ସ । ୫ ବର୍ଷ ପୂର୍ବରୁ ଏହି ଅଚଳ ନୋଟ ଖଟତଳେ କୋଣରେ ପଡିଥିଲା । ଲାଞ୍ଚ ନେଉଥିବା ମଧ୍ୟ ତାଙ୍କ ନାଁରେ ଅଭିଯୋଗ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/22-25.jpg)