ମୁହାଁଣ ଖୋଳିଲେ ଗାଁ ଲୋକେ । ପ୍ରଶାସନ ନଶୁଣିବାରୁ ଗଞ୍ଜାମ ବ୍ଲକର ୩ ଗାଁର ଗ୍ରାମବାସୀ ନଦୀପାର ହୋଇ ନେଲେ ସାହସିକ ପଦକ୍ଷେପ : ଫେରିଲାବେଳେ ଓଲଟିଲା ଡଙ୍ଗା

169

କନକ ବ୍ୟୁରୋ : ଲଘୁଚାପ ବର୍ଷା ଯୋଗୁଁ ଗଞ୍ଜାମର ଋଷିକୁଲ୍ୟା ନଦୀରେ ଜଳସ୍ତର ବଢିଛି । ଋଷିକୁଲ୍ୟା ମୁହାଣରେ ପାଣି ନିଷ୍କାସନ ନହେବା ଯୋଗୁଁ ଗାଁ ଲୋକ ଖୋଲିଛନ୍ତି ମୁହାଁଁଣ । ଆଉ ନଇ ପାର କରିବା ସମୟରେ ମଝିରାସ୍ତରେ ଡ଼ଙ୍ଗା ଖରାପ ହୋଇଥିଲା । କିନ୍ତୁ ଜଣେ ସାହାସି ଯୁବକ ପାଣିକୁ ଡ଼େଇଁ ଡ଼ଙ୍ଗାକୁ କୁଳକୁ ଟାଣି ଆଣିଥିଲେ । ଫଳରେ ୪୦ ରୁ ୫୦ ଲୋକଙ୍କ ଜୀବନ ମଧ୍ୟ ବଂଚି ଯାଇଛି ।

ଗଞ୍ଜାମ ବ୍ଲକର ଲୁଳିଆ ନୂଆ ଗାଁ, ପୁରୁଣାବନ୍ଧ ଓ ଗୋଖରକୁଦାରେ ପାଣି ନିଷ୍କାସନ ନହେବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଉ ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ଆର ପାରିକୁଯାଇ ମୁହାଁଣ ଖୋଳିଛନ୍ତି ସ୍ଥାନୀୟ ଲୋକ ।

ବାରମ୍ବାର ପ୍ରଶାସନକୁ ଅଭିଯୋଗ କରିଥିଲେ ବି କେହି ନ ଶୁଣିବାରୁ ଲୋକେ ବାଧ୍ୟ ହୋଇ ଏହି ପଦକ୍ଷେପ ନେଇଛନ୍ତି । ମୁହାଁଣ ଖୋଳିବାପରେ ପାଖାପାଖି ୪୦ ରୁ ୫୦ ଲୋକ ଏକ ଡ଼ଙ୍ଗା ମାଧ୍ୟରେ ଫେରୁଥିଲେ । କିନ୍ତୁ ମଝିରାସ୍ତାରେ ଡ଼ଙ୍ଗାର ମଟରଟି ଖରାପ ହୋଇଥିଲା । ଆଉ ଏଥିରେ ବସିଥିବା ଜଣେ ଯୁବକ ନଦୀ ଭିତରକୁ ହଠାତ ଡ଼େଇଁ ପଡ଼ିଥିଲେ । ତାପରେ ଡ଼ଙ୍ଗାରେ ବସିଥିବା ଲୋକ ତଳକୁ ଓହ୍ଲାଇ କିଛି ବାଟ ପହଁରି କୂଳକୁ ଆସିଥିଲେ ।