Advertisment

କନକ ବ୍ୟୁରୋ : ଚରମସୀମାରେ ପହଂଚିଛି ୟୁକ୍ରେନ୍-ଋଷ ସଙ୍କଟ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୂର୍ବ ୟୁକ୍ରେନର ୨ଟି ଅଂଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି । ୟୁକ୍ରେନ୍-ଋଷ ବିବାଦରେ ଆକ୍ସନକୁ ଆସିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି । ପଶ୍ଚିମ ଦେଶ ସହ ଆଉ ବ୍ୟବସାୟ କରିବେ ନାହିଁ ବୋଲି କହିଛନ୍ତି ବାଇଡେନ୍ । ଏହା ସହ ଋଷକୁ ପଶ୍ଚିମ ଦେଶରୁ ମିଳୁଥିବା ସହାୟତା ଉପରେ ମଧ୍ୟ ରୋକ୍ ଲଗାଯିବ ।

କାହା ସାମରିକ ଶକ୍ତି କେତେ ?
ଋଷ , ୟୁକ୍ରେନର ସାମରିକ ଶକ୍ତି

ଋଷ                                     ୟୁକ୍ରେନ

ନୌସେନା                           ୧.୫୦ ଲକ୍ଷ                          ୧୫ ହଜାର
ଯୁଦ୍ଧଜାହାଜ                           ୭୪                                           ୨
ଯୁଦ୍ଧପୋତ                            ୫୧                                           ୦

ସ୍ଥଳସେନା                           ୨.୮୦ ଲକ୍ଷ                        ୧.୨୬ ଲକ୍ଷ
ଯୁଦ୍ଧଟ୍ୟାଙ୍କ                          ୧୩, ୩୬୭                            ୨,୧୧୯
ତୋପ                                ୫,୯୩୪                               ୧,୯୬୨

ବାୟୁସେନା                        ୧.୬୫ ଲକ୍ଷ                          ୩୫ ହଜାର
ଯୁଦ୍ଧବିମାନ                        ୧,୩୨୮                                 ୧୪୬
ହେଲିକପ୍ଟର                        ୪୭୮                                     ୪୨

କାହା ସହ କିଏ ?

ଋଷ ସପକ୍ଷରେ ଚୀନ୍ 
- ସବୁ ପକ୍ଷକୁ ଧୈର୍ଯ୍ୟ ରଖିବାକୁ କହିଛି ଚୀନ୍
- ୟୁକ୍ରେନରେ ଉତ୍ତେଜନା ନବଢାଇବା ପାଇଁ ଅପିଲ

ଋଷ ବିରୋଧରେ ଆମେରିକା
- ଲୁହାନସ୍କ ଓ ଡୋନେସ୍କରେ ସବୁ ନିବେଶ ଉପରେ ରୋକ୍
- ଋଷ ବିରୋଧରେ ଆର୍ଥିକ କଟକଣା ଲାଗୁ

ଋଷ ବିରୋଧରେ ବ୍ରିଟେନ୍
- ୟୁକ୍ରେନ୍ ଉପରେ ଆକ୍ରମଣ ପ୍ରସ୍ତୁତିକୁ ବ୍ରିଟେନ୍ର ବିରୋଧ
- ଅର୍ନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଙ୍ଘନ କରୁଛି ଋଷ

ଋଷ ବିରୋଧରେ ଜାପାନ
- ପୁଟିନଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ଜାପାନ
- ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଚିନ୍ତା କରୁଛି ଜାପାନ

ଋଷ ବିରୋଧରେ ଅଷ୍ଟ୍ରେଲିଆ
- ଋଷର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି ଅଷ୍ଟ୍ରେଲିଆ
- ଋଷ ତାର ସୈନିକଙ୍କୁ ପଛକୁ ହଟାଇବା ଆବଶ୍ୟକ

ଯୁଦ୍ଧ ହେଲେ କ’ଣ ପଡ଼ିବ ପ୍ରଭାବ ?

ବଢିବ ଦରଦାମ୍ : -
- ଅଶୋଧିତ ତୈଳ ବ୍ୟାରେଲ୍ ପିଛା ପାଖାପାଖି ୧୦୦ ଡଲାର
- ମହଙ୍ଗା ହେବ ତେଲ, ରନ୍ଧନ ଗ୍ୟାସ ଓ ସିଏନଜି
- ବିଶ୍ୱର ପ୍ରାକୃତିକ ଗ୍ୟାସ ଉତ୍ପାଦନରେ ଋଷର ଭାଗ ୧୭%
- ଆଲୁମିନିୟମ, ତମ୍ବା ଦାମ ବଢିବ
- ଖାଦ୍ୟ ମୁଦ୍ରାସ୍ପୀତି ଉଛୁଳିବ, ବଢିବ ଦରଦାମ

ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବ : -

- ଋଷ ବିଶ୍ୱର ସବୁଠାରୁ ବଡ ଗହମ ରପ୍ତାନକାରୀ ଦେଶ
- ଇଜିପ୍ଟ, ତୁର୍କୀ ଓ ମଧ୍ୟପ୍ରାଚ୍ୟକୁ ଗହମ ରପ୍ତାନୀ ହୋଇଥାଏ
- ଗହମ ପାଇଁ ଆଫ୍ରିକୀୟ ଦେଶଗୁଡିକ ଋଷ ଉପରେ ନିର୍ଭରଶୀଳ
- ଏହି ଦେଶଗୁଡିକରେ ଖାଦ୍ୟ ସଙ୍କଟ ଦେଖାଦେବା ଆଶଙ୍କା
- ବ୍ଲାକ ସି ଦେଇ ଅନ୍ୟ ଦେଶକୁ ଗହମ ରପ୍ତାନୀ ହୋଇଥାଏ
- ୟୁକ୍ରେନ ବିଶ୍ୱର ତୃତୀୟ ବଡ ମକ୍କା ଉତ୍ପାଦନକାରୀ
- ଗହମ ଉତ୍ପାଦନ କ୍ଷେତ୍ରରେ ୟୁକ୍ରେନ ଚତୁର୍ଥ ବଡ ଉତ୍ପାଦନକାରୀ

ଉତ୍କଟ ହେବ ଶକ୍ତି ସଙ୍କଟ : -

- ବିଶ୍ୱ ଶକ୍ତିବଜାର ଭୟଙ୍କର ପ୍ରଭାବିତ ହେବା ଆଶଙ୍କା
- ୟୁରୋପର ୩୫% ପ୍ରାକୃତିକ ଗ୍ୟାସ ଚାହିଦା ପୂରଣ କରୁଛି ଋଷ
- ଏହି ଯୋଗାଣ ପାଇପଲାଇନ ସହାୟତାରେ ହୋଇଥାଏ
- ୟୁରୋପରେ ହାହାକାର ପରିସ୍ଥିତି ଉପୁଜିପାରେ

ରାଜିନାମା ପ୍ରଭାବିତ ହେବା ଆଶଙ୍କା : -

- ଋଷ ଅଶୋଧିତ ତୈଳର ବଡ ଉତ୍ପାଦକ
- ବିଶ୍ୱର ବଡ କମ୍ପାନୀଗୁଡିକର ଋଷ ତୈଳ କମ୍ପାନୀଗୁଡିକ ସହ ରାଜିନାମା
- ଅଶୋଧିତ ତୈଳ ଯୋଗାଣ ପାଇଁ ଇଣ୍ଡିଆନ ଅଏଲ-ଋଷର ରୋଜନେଫ୍ଟ ସହ ରାଜିନାମା
- ଉତ୍ତେଜନା ବଢିଲେ ରାଜିନାମା ଉପରେ ପଡିପାରେ ପ୍ରଭାବ

ୟୁକ୍ରେନ ବିବାଦ : ଦୋଛକିରେ ଭାରତ

- ଶାନ୍ତି ବଜାୟ ରଖିବାକୁ ଭାରତର ଜାତିସଂଘରେ ଆହ୍ୱାନ
- ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେଉ : ଭାରତ
- ଭାରତ ଉପରେ ଆମେରିକାର ଚାପ ବଢିବ
- ଭାରତ-ଋଷ ସମ୍ପର୍କ ଉପରେ ନଜର
- ୨୦୨୫ ସୁଦ୍ଧା ଋଷ-ଭାରତ ଦ୍ୱି-ପାକ୍ଷିକ ନିବେଶକୁ ୩.୭୫ ଲକ୍ଷ କୋଟି କରାଯିବାକୁ ଲକ୍ଷ୍ୟ
- ୨୦୨୦-୨୧ ଆର୍ଥିକବର୍ଷରେ ଭାରତର ମୋଟ ଆମଦାନୀରେ ଋଷର ଭାଗ ୧.୪%
- ଋଷ ସହ ବ୍ୟାହତ ହୋଇପାରେ ପ୍ରତିରକ୍ଷା ଉପକରଣ ଯୋଗାଣ
- ପ୍ରତିରକ୍ଷା-ପ୍ରଯୁକ୍ତି କ୍ଷେତ୍ରରେ ଭାରତ-ଋଷ ଗବେଷଣା କରୁଛନ୍ତି