ଭଞ୍ଜନଗରରେ ଟିକା ପାଇଁ ଲମ୍ବା ଲାଇନ । ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ୩୮୦ ଟିକା ପାଇଁ ଆସିଛନ୍ତି ଶହ ଶହ ଲୋକ  ।

130

କନକ ବ୍ୟୁରୋ: ଟିକା ପାଇଁ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼  । ଡୋଜ୍ ଅଛି ମାତ୍ର ୮୦ , ହେଲେ ଟିକା ନେବାକୁ ଶହ ଶହ ଲୋକଙ୍କ ଭିଡ଼  । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାହାଡ଼ାପଦର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଟିକାକରଣ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି  । ଏବେ ସୁଦ୍ଧା କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇନଥିବାର ଖବର ମିଳିଛି  । ମୋଟ୍ ୩୮୦ ଡୋଜ୍ ରହିଥିବା ବେଳେ ଅନଲାଇନ ମାଧ୍ୟମରେ ୩ଶହ ଟିକା ବୁକ ହୋଇଛି  । ବାକି ୮୦ ଡୋଜ୍ ଅଫଲାଇନ ମାଧ୍ୟମରେ ଦିଆଯିବ   । ଆଉ ଏତିକି ଡୋଜ୍ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି  । ଭିଡ଼କୁ ଦେଖି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତ୍ତୃପକ୍ଷ ପୋଲିସକୁ ମଧ୍ୟ ଜଣାଇଛନ୍ତି  ।