କନକ ବ୍ୟୁରୋ: ସକାଳୁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଲୋକଙ୍କ ଲାଗିଛି ଗହଳି । ଲୋକେ ବିଡା ବିଡା ୨ ହଜାର ଟଙ୍କା ଧରି ବଦଳାଇବାକୁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ସମସ୍ତଙ୍କ ଉକ୍ରଣ୍ଠା ଶୀଘ୍ର ୨ ହଜାର ଟଙ୍କା ବଦଳ କରି ଘରକୁ ଫେରିବା । ଲୋକମାନେ କିଏ ୧୦ ହଜାର, କିଏ ୨୦ ହଜାର ଟଙ୍କା ନେଇ ଆରବିଆଇ ଆଗରେ ଲାଇନ୍ ଦେଇଥିବା ଦେଖିବାକୁ ମିଳିଛି । ଟଙ୍କା ବଦଳାଇବା ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ କରାଯାଇଛି । ସକାଳ ୮ଟାରୁ ଟଙ୍କା ବଦଳାଇବା ପାଇଁ ଲାଇନ୍ରେ ଠିଆ ହୋଇ ରହୁଛନ୍ତି ଲୋକେ ।
ସବୁଠାରୁ ବଡ କଥା ହେଲା, ୨ ହଜାର ଟଙ୍କା ବଦଳ କରିବାକୁ ଆସିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବସ୍ତି ବାସିନ୍ଦା । ଚଳିତବର୍ଷ ମେ ମାସରେ ୨ ହଜାର ଟଙ୍କାକୁ ବଜାରରୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ସେପ୍ଟେମ୍ବର ୩୦ ସୁଦ୍ଧା ୨ ହଜାର ଟଙ୍କା ବ୍ୟାଙ୍କରେ ଜମା କରିହେବ କିମ୍ବା ବଦଳାଇ ସେହି ମୂଲ୍ୟର ଅନ୍ୟ ନୋଟ୍ ନେଇହେବ ବୋଲି କୁହାଯାଇଥିଲା । ପରେ ଅକ୍ଟୋବର ୭ ଯାଏଁ ଏହି ସମୟସୀମାକୁ ବଢାଯାଇଥିଲା । ଏବେ ରିଜର୍ଭ ବ୍ୟାଙ୍କ ଛଡା ଟଙ୍କା ବଦଳ ବ୍ୟବସ୍ଥା ଅନ୍ୟ କେଉଁ ବ୍ୟାଙ୍କରେ ନାହିଁ । ଏତେ ବିଳମ୍ବରେ ଟଙ୍କା ବଦଳକୁ ନେଇ ପ୍ରଶ୍ନ ପଚାରିବାରୁ ଧାଡିରେ ଛିଡା ହୋଇଥିଲା ଲୋକଙ୍କ ପାଖରେ ବି କୌଣସି ସନ୍ତୋଷଜନକ ଉତ୍ତର ନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/10/27-16.jpg)