ନିର୍ବାଚନ ପୂର୍ବରୁ ନବୀନ ନିବାସରେ ଟିକେଟ୍ ଆଶାୟୀଙ୍କ ଭିଡ । ଏନଏସି ମାନ୍ୟତା ମିଳିବା ପରେ ଶୁଭେଚ୍ଛା, ପ୍ରାର୍ଥୀ ହେବାକୁ ୧୦ ହଜାର ଆଶାୟୀ କରିଛନ୍ତି ଆବେଦନ

249

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ନବନୀ ନିବାସରେ ନେତାଙ୍କ ଭିଡ ଦେଖିବାକୁ ମିଳିଛି । ଟିକେଟ୍ ଆଶାୟୀମାନେ ଏନଏସି ଘୋଷଣା ଅବା ଅନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ଆଳରେ ନବୀନ ନୀବାସରେ ପହଂଚିଛନ୍ତି । ଆଜି ଖୋର୍ଦ୍ଧା, ଗଞ୍ଜାମ ବିଜେଡିର ଅନେକ ନେତା ସେମାନଙ୍କ ସମର୍ଥକଙ୍କ ସହ ନବୀନ ନିବାସ ଆସିଛନ୍ତି । ବେଗୁନିଆ ବିଜେଡି ନେତା ପ୍ରଦୀପ ସାହୁ. ଛତ୍ରପୁର ବିଧାୟକ ସୁବାସ ବେହେରାଙ୍କ ସମେତ ବହୁ ନେତା ନବୀନ ନିବାସ ଆସିଛନ୍ତି । ସେହିପରି କଟକ ମେୟର ସୁବାଶ ସିଂ ନବୀନ ନିବାସ ଆସିଥିବା ଦେଖିବାକୁ ମିଳିଛି ।