କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଲାଗିଛି ପର୍ଯ୍ୟଟକଙ୍କ ଗହଳି । ସବୁଜ ବନାନୀ ସହ ମନୋରମ ପରିବେଶ ଭିତରେ ବଣ ଭୋଜି କରିବାକୁ ଲାଗୁଛି ଭିଡ । ସେହିଭଳି ନୁଆ ଏକ ପର୍ଯ୍ୟଟନ ସ୍ଥଳୀ ଗଡ଼ପଦର ଝରଣା ସାଂଗକୁ ପକୃତିର ମନୋରମ ଦୃଶ୍ୟ । ଯେଉଁଆଡ଼େ ଦେଖିବେ ସବୁଠି ସବୁଜିମା । ଜୟପୁର ସହର ଠାରୁ ବନ ପାହାଡ଼ ଘେରା ଏହି ସ୍ଥାନଟି ମାତ୍ର ୩ କିଲୋମିଟର ଦୁରରେ ରହିଛି । ପରିବାର ସହ ପ୍ରତିଦିନ ଭୋଜି କରିବାକୁ ଏଠାରେ ଲାଗୁଛି ଭିଡ । ଆଉ ଏହି ସ୍ଥାନରେ ଜମୁଛି ଭୋଜିଭାତର ଆସର ।
ନୂଆବର୍ଷକୁ ସ୍ୱାଗତ ପାଇଁ ପର୍ଯ୍ୟଟନ ସ୍ଥଳୀରେ ଭିଡ । ଜୟପୁର ଗଡ଼ପଦରରେ ଜଙ୍ଗଲ ଓ ଝରଣାର ମଜା ଉଠାଉଛନ୍ତି ପର୍ଯ୍ୟଟକ, ଜମୁଛି ଭୋଜିଭାତର ଆସର
/kanak/media/post_attachments/wp-content/uploads/2024/01/25.jpg)