କନକ ବ୍ୟୁରୋ : ରାଜ୍ୟ ଅତିଥି ଭବନରେ ଲାଗିଛି ରାଜ୍ୟ କଂଗ୍ରେସ ନେତାଙ୍କ ଗହଳି । ବଡରୁ ତୃଣମୂଳସ୍ତରର ନେତାଙ୍କ ଭିଡ ଜମିଛି । ଅନଲାଇନରେ ଟିକେଟ ପାଇଁ ଆବେଦନ ଚାଲିଥିଲା । ଏଥିପାଇଁ ସାଧାରଣ ଲୋକଙ୍କଠାରୁ ବଡ ନେତା ଯାଏଁ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରାବିହନୀପତି, ସନ୍ତୋଷ ସିଂହ ସାଲୁଜା , ମହମ୍ମଦ ମୋକିମ ଭଳି ନେତା । ବର୍ତମାନ ଏହି ନେତାଙ୍କ ସହ ଅଜୟ କୁମାର ୱାନ ଟୁ ୱାନ ଆଲୋଚନା କରିଛନ୍ତି । କଣ ପାଇଁ ଏମାନଙ୍କୁ ଟିକେଟ ଦିଆଯିବ ତାର ଉତର ରଖିଛନ୍ତି ଏହି କଂଗ୍ରେସ ନେତା ।

Advertisment

ଫେବୃଆରୀ ୪ ତାରିଖରୁ ୧୧ ତାରିଖ ମଧ୍ୟରେ ଟିକେଟ ପାଇଁ ଆଶାୟୀଙ୍କୁ ଆବେଦନ କରିବାକୁ ଦଳ ନୋଟିିିିସ ଜାରିଥିଲା । ଏହି କ୍ରମରେ ଆବେଦନକୁ ଗୋଟିଏ ଦିନ ବାକି ଥିବାବେଳେ ରେକର୍ଡ ଅଢେଇ ହଜାର ଆବେଦନ ଆସିସାରିଛି ।

ଟିକେଟ ପାଇବାର ମାନଦଣ୍ଡ
-ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର
-ଲୋକଙ୍କ ସହ ଥିବା ଲୋକଙ୍କୁ ଟିକେଟ
-ତୃଣମୂଳସ୍ତରରେ କାମ କରିଥିବା ନେତାଙ୍କୁ ଟିକେଟ ଦେବ କଂଗ୍ରେସ । ଟିକେଟ ବଂଟନ ବେଳେ କୌଣସି ଲବି କାମ ଦେବ ନାହିଁ ବୋଲି କହିସାରିଛନ୍ତି ଅଜୟ କୁମାର । ତେଣୁ କାହାକୁ ଟିକେଟ ମିଳିବ ଓ କାହାର ଟିକେଟ କଟିବ ତାକୁ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି ଆଶାୟୀ ।

ଅନଲାଇନରେ ଆବେଦନପତ୍ର ଗୁଡିକର ଯାଂଚ ପରେ ତାଲିକାକୁ ଚୂଡାନ୍ତ କରିବାକୁ ଏଆଇସିସି ପଠାଯିବ । ଏହାପରେ ପ୍ରାର୍ଥୀ ଘୋଷଣା ହେବ । ତେବେ ଏଥର ଭୋଟର ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି କଂଗ୍ରେସ ନେତାମାନେ ଆଶା ରଖିଛନ୍ତି ।