ଟଙ୍କା ଖସୁଛି, ଡଲାର ବଢ଼ୁଛି ! ଡଲାର ତୁଳନାରେ ସର୍ବକାଳୀନ ନିମ୍ନସ୍ତରକୁ ଖସିଲା ଭାରତୀୟ ମୁଦ୍ରା, ଆହୁରି ମହଙ୍ଗା ହେବ ବିଦେଶରୁ ଜିନିଷ କିଣିବା ।

32

କନକ ବ୍ୟୁରୋ : ପୁଣି ଖସିଲା ଟଙ୍କାର ମୂଲ୍ୟ । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟରେ ହ୍ରାସ ଘଟିଛି । ସର୍ବନିମ୍ନ ସ୍ତରକୁ ଖସିଆସିଛି ଭାରତୀୟ ମୁଦ୍ରାର ମୂଲ୍ୟ । ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୨ ଟଙ୍କାକୁ ଖସି ଆସିଛି । ଫଳରେ ଏବେ ବିନିମୟ ବେଳେ ଗୋଟିଏ ଡଲାର ପାଇଁ ଆଗ ଅପେକ୍ଷ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ମୂଲ୍ୟ ବୃଦ୍ଧି, ମୁଦ୍ରାସ୍ଫିତି, ବିଦେଶୀ ନିବେଶକମାନେ ନିବେଶ ଅର୍ଥ ପ୍ରତ୍ୟାହାର କରିବା ଏହାର କାରଣ ପାଲଟିଛି । ଟଂକାର ମୂଲ୍ୟ କମିବା ଫଳରେ ବିଦେଶୀ ଜିନିଷ ଆଗ ଅପେକ୍ଷା ଅଧିକ ଦରରେ କିଣିବାକୁ ହେବ । ସେହିପରି ବିଦେଶରୁ ତେଲ କିଣିବା ବେଳେ ସରକାରଂକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ବିଦେଶରେ ଶିକ୍ଷାଲାଭ ଓ ବିଦେଶଯାତ୍ରା ଉପରେ ମଧ୍ୟ ଏହା ପ୍ରଭାବ ପକାଇବାର ଆଶଙ୍କା ରହିଛି ।