କନକ ବ୍ୟୁରୋ: ବୁଧବାର ଡଲାର ତୁଳନାରେ ଟଙ୍କାର ମୁଲ୍ୟ ହ୍ରାସ ପାଇଛି । ପାଖାପାଖି ୬୬ ପଇସା ଅର୍ଥାତ ୦.୮ ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ଏକ ଡୁଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୩.୦୨ ପହଞ୍ଚିଛି । ଅକ୍ଟୋବର ୭ରେ ପ୍ରତି ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୨.୩୭ ଟଙ୍କା ଥିଲା । ତେବେ ଏହା ରେକର୍ଡସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି । ଆମେରିକାର ଟ୍ରେଜେରୀ ୟିଲ୍ଡସର ଦର ବୃଦ୍ଧି ହେବାପରେ ଡଲାର ପୁଣିଥରେ ମଜବୁତ ହେବାରେ ଲାଗିଛି ।
Rupee hits a fresh record low, at 83 against US dollar. pic.twitter.com/fJ7TLdXzhF
— ANI (@ANI) October 19, 2022