କନକ ବ୍ୟୁରୋ : ଓଡ଼ିଶାର ୫୫ ଲକ୍ଷ ଚାଷୀ ପରିବାରକୁ ଜୁୁନ୍ ମାସ ଶେଷ ସୁଦ୍ଧା ରୁପେ କାର୍ଡ ପ୍ରଦାନ କରାଯିବ । ପୂର୍ବରୁ ଥିବା କିଷାନ୍ କାର୍ଡ ସ୍ଥାନରେ ମିଳିବ ଏହି ରୁପେ କାର୍ଡ । କିଷାନ୍ କାର୍ଡ କେବଳ ସମବାୟ ବ୍ୟାଙ୍କରେ ବ୍ୟବହାର ହୋଇପାରୁଥିବା ବେଳେ ଏବେ ଏହି କାର୍ଡ ସବୁ ବାଣିଜ୍ୟିକ ବ୍ୟାଙ୍କ, ଏଟିଏମ୍, ପିଓଏସ୍- ପଏଂଟ୍ ଅଫ୍ ସେଲ୍ ମେସିନ୍, ଇ-କମର୍ସ ୱେବସାଇଟରେ ବି ବ୍ୟବହାର ହୋଇପାରିବ । ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତୁଷାରକାନ୍ତ ପଣ୍ଡା ।
Kanak News is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି ୫୫ ଲକ୍ଷ ଚାଷୀ ପରିବାରରୁ ୪୪ ଲକ୍ଷ ଚାଷୀଙ୍କୁ ରୁପେ କାର୍ଡ ଦେବ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ । ମାର୍ଚ୍ଚ ସୁଦ୍ଧା ୧୨ ଲକ୍ଷ ଚାଷୀ ପରିବାରକୁ ଓ ଜୁନ୍ ସୁଦ୍ଧା ସମସ୍ତ ଚାଷୀ ପରିବାରକୁ ଏହି କାର୍ଡ ମିଳିବ । ବାଣିଜ୍ୟିକ ବ୍ୟାଙ୍କ୍ ଗୁଡ଼ିକ ପ୍ରାୟ ଅବଶିଷ୍ଟ ୯ ଲକ୍ଷ କାର୍ଡ ବଦଳ କରିସାରିଲେଣି । ଏହା ସବୁ ଏଟିଏମ୍ ଓ ପିଓଏସ୍ ମେସିନରେ କାମ କରିବ । ଏହାଦ୍ୱାରା ଚାଷୀମାନେ ସୁବିଧାରେ ଚାଷ ପାଇଁ ମିଆଦି ଋଣ ନେଇପାରିବେ ଓ ଚାଷ କାମରେ ଖର୍ଚ୍ଚ କରିପାରିବେ ।