କନକ ବ୍ୟୁରୋ : ବଲିଉଡ ଅପକମିଙ୍ଗ ଫିଲ୍ମ ‘ରନୱେ ୩୪’ ର ଟ୍ରେଲର ରିଲିଜ ହୋଇଛି । ଅଜୟ ଦେବଗନ ଫିଲ୍ମସ ବ୍ୟାନରରେ ରିଲିଜ ହୋଇଥିବା ଏହି ଟ୍ରେଲର ଟି କୁ ଦର୍ଶକ ଅନେକ ଭଲପାଇବା ଦେଇଛନ୍ତି । ଫିଲ୍ମରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ଅଜୟ ଦେବଗନ, ବମ୍ମନ ଇରାନୀ ଓ ଅଭିନେତ୍ରୀ ରାକୁଲ ପ୍ରିତ ସିଂ ଆଦି ମୁଖ୍ୟ ଭୁମିକାରେ ନଜର ଆସିବେ । ପାଇଲଟ ବିକ୍ରାମ ଗୁପ୍ତାଙ୍କ ଚରିତ୍ରକୁ ନେଇକି ଫିଲ୍ମର କାହାଣୀ ଗତୀଶିଳ ହୋଇଛି । ନିକଟରେ ମୁମ୍ବାଇରେ ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯେଉଁଠି ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ଓ ନିର୍ଦ୍ଦେଶକ ଏକାଠି ଦେଖିବାକୁ ମିଳିଛନ୍ତି ।

Advertisment

ଏକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ବିମାନଟି ଉଡାଣ ଭରିବା ପରେ ମଝି ଆକାଶରେ କିଭଳି ସମସ୍ୟାର ସମ୍ମୁଖୀନ ହୋଇ ଦୁର୍ଘଟଣାଗ୍ରସ୍ତ ହେଉଛି ତାକୁ ନେଇ ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ଗତିଶୀଳ ହେବ । ଫିଲ୍ମ ‘ରନୱେ ୩୪’ ଅଜୟ ଦେବଗନ ଜଣେ ପାଇଲଟଙ୍କ ଚରିତ୍ରରେ ନଜର ଆସିବେ । ଅନ୍ୟପଟେ ବିଗ ବି ଅମିତାଭ ବଚ୍ଚନ ଜଣେ ତଦନ୍ତକାରୀ ଅଧିକାରୀ ରୁପେ ଦର୍ଶକଙ୍କ ମନୋରଂଜନ କରିବେ । ଫିଲ୍ମର ଉଭୟ ନିର୍ଦ୍ଦେଶନା ଓ ପ୍ରୟୋଜନା ଭାର ଅଭିନେତା ଅଜୟ ଦେବଗନ ତୁଳାଇଛନ୍ତି । ଆସନ୍ତା ଏପ୍ରିଲ ୨୯ ତାରିଖରେ ସିନେମା ଘରରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ରନୱେ ୩୪’ ।