କନକ ବ୍ୟୁରୋ : ମଝି ରାସ୍ତାରେ ଜଳିଗଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭର । ପାଟଣାଗଡ଼ ଖପ୍ରାଖୋଲ ରାସ୍ତାରେ ଟ୍ରକଟି ଯାଉଥିବା ବେଳେ ବାଲିପଟା ଛକରେ ଜଳିଗଲା ଟ୍ରକ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସେହିପରି ଯାଜପୁର ଜିଲ୍ଲା କୋରଇ ଥାନା ୨୦ ନମ୍ବର ଜାତୀୟ ରାଜପଥର ଅନ୍ଧାରି ଛକରେ ଏକ ଟ୍ରକ ଚଳନ୍ତା ଅବସ୍ଥାରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି ।
ରାସ୍ତାରେ ଗାଡ଼ିଟି ଯାଉଥିବା ବେଳେ କୌଣସି କାରଣରୁ ହଠାତ୍ ନିଆଁ ଲାଗି ଯାଇଥିଲା । ସେଥିରେ ଥିବା ଡ଼୍ରାଇଭର ଓ ହେଲପର ଅଳ୍ପକେ ବର୍ତିଯାଇଛନ୍ତି । ଟ୍ରକଟି ଜାଳେଣି କାଠ ବୋଝେଇ ହୋଇ ରହିଥିଲା । ତେବେ କାଠ ବୋଝେଇ ଟ୍ରକ ପାଲଲହଡ଼ା ଅଭିମୁଖେ ଯାଉଥିଲା । ଖବର ପାଇ ଅଗ୍ନିଶମ ବାହିନୀ ନିଆଁ ଲିଭାଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/vlcsnap-2021-04-30-10h24m45s533.png)