କନକ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ଚଳନ୍ତା କାର୍ରେ ନିଆଁ ଲାଗିଛି। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଡାହାଲା ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଯାଜପୁର ଜିଲ୍ଲଶର ପାଣିକୋଇଲି ଅଭିମୁଖେ ଯାଉଥିବା କାର୍ (ହୋଣ୍ଡା ସିଟି)ରେ ଅଚାନକ୍ ନିଆଁ ଲାଗିବା ପରେ ଏଥିରେ ଥିବା ଚାଳକ କାରକୁ ରାସ୍ତାକଡ଼ରେ ଛିଡ଼ା କରିଦେଇ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇଥିଲେ। ଚାଳକଙ୍କର କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି କିନ୍ତୁ ଦେଖୁ ଦେଖୁ ଅଳ୍ପ ସମୟ ମଧ୍ୟରେ କାରଟି ଜଳିଯାଇଛି।
ସୂଚନା ପାଇଁ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ମାତ୍ର ସେତେବେଳକୁ କାରଟି ସଂପର୍ଣ୍ଣ ରୂପେ ଜଳିଯାଇଛି। କାରରେ ନିଆଁ ଲାଗିବାର କାରଣ ଯଦିଓ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ, ତଥାପି ସର୍ଟସର୍କିଟ ଯୋଗୁଁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ କାର୍ ଜବତ କରିଛି। ରିପୋର୍ଟ ଲେଖାଯିବା ବେଳକୁ କାରର ମାଲିକ କିଏ, ସେବାବଦରେ ଜଣାପଡ଼ି ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/SBPHO13-SBP-Accident-Car-Jalidele-640x430.jpg)