କନକ ବ୍ୟୁରୋ : ଭଂଜନଗର ଉପଖଣ୍ଡରେ ବେଧଡ଼କ ଭାବେ ଚାଲିଛି ଖଣି ଖାଦାନ ଲୁଟ୍ । ମାସିକିଆ ଚାନ୍ଦାରେ କାରବାର ଚାଲିଥିବା ଅଭିଯୋଗ ହୋଇଛି । ମାଇନିଂଗ ପ୍ଳାନ୍ ନଥାଇ ଜଙ୍ଗଲ ଭିତରେ ବେଆଇନ୍ ଭାବେ ପଥର ପୁଂଟା ଓ ପଥର ବିକା ହୋଉଥିବା ଅଭିଯୋଗ ପରେ କମ୍ପ୍ରେସରକୁ ସିଜ୍ କରିଛି ଭଂଜନଗର ପୋଲିସ । ହେଲେ ପଥର ବିକ୍ରି ଉପରେ ଲାଗିପାରୁନି ରୋକ୍ ।
ବିନା ମାଇନଂଗ ପ୍ଳାନ୍ ଆପୃଭରେ ପଥର ମାଫିଆମାନେ ପଥର ପୁଂଟାଇ ଶହ ଶହ ଗାଡ଼ି ପଥର ଉଠାଉଥିବା ଅଭିଯାଗ ହୋଇଛି । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପଥର ପୁଂଟାଇ ପଥର ଲୁଟ ହେଉଛି । ଏପରିକି ଗାଡ଼ି ନମ୍ବର ନଥାଇ ଗାଡ଼ି ବ୍ୟବହାର କରି ପଥର ପୁଂଟା ଯାଉଛି ।
କେବଳ ପଥର ନୁହେଁ ବାଲି, ମୋରମ ଓ ଅନ୍ୟ ଖଣିଜ ସମ୍ପତି ବେଧଡ଼କ ଭାବେ ଏଠି ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ରାଜ୍ୟ ଖଣି ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଏହାକୁ ରୋକିବାକୁ ସାଧାରଣରେ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/16-18.jpg)