ନବରଙ୍ଗପୁରରେ ଲୁଣ ଗୁଜବକାରୀ ଗିରଫ । ଲୁଣର ଅଭାବନେଇ ଗୁଜବ ପ୍ରଚାର ପରେ ଦୋକାନ ଆଗରେ ଜମିଥିଲା ଗ୍ରାହକଙ୍କ ଭିଡ । ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଥିଲେ, ବଜାରରେ ମହଜୁଦ ଅଛି ଆବଶ୍ୟକୀୟ ଲୁଣ ।

908

କନକ ବ୍ୟୁରୋ: ନବରଙ୍ଗପୁର ଲୁଣ ଗୁଜବକାରୀ ଗିରଫ । ବଜାରରେ ଲୁଣର ଅଭାବ ନେଇ ଗୁଜବ କରିଥିବା ବ୍ୟକ୍ତିଙ୍କୁ କୁଣ୍ଡିଆ ଅଂଚଳକରୁ ଗିରଫ କରାଯାଇଛି । ନବରଙ୍ଗପୁର ଏସପି ଏନେଇ ସୂଚନା ଦେଇଛନ୍ତି । କରୋନା କଟକଣା ଭିତରେ ଲୁଣ ଗୁଜବର ଖବର ପ୍ରଚାର ହୋଇଥିଲା । ବଜାରରେ ଲୁଣ ଅଭାବର ଗୁଜବ ପ୍ରଚାର ହେବା ପରେ ଲୁଣ କିଣିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିଲା ।

ଏପରିକି ଲୁଣ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକିି୍ରି ହୋଇଥିଲା । ଲୁଣ ଆସୁଥିବା ଟ୍ରକରୁ ଲୋକେ ଲୁଣ ଟାଣି ନେଇଥିଲେ । ଲକ ଡାଉନ ହେତୁ ଗୋଟିଏ ପଟେ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ପାଉଥିବା ବେଳେ ବଜାରରେ ଲୁଣର ଅଭାବ ନେଇ ଗୁଜବ ପ୍ରଚାର ହେବା ପରେ ଦୋକାନ ସାମନାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟ୍ୱିଟ କରି କହିଥିଲେ, ବଜାରରେ ମହଜୁଦ ଅଛି ଆବଶ୍ୟକ ପରିମାଣର ଲୁଣ, ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ । ଗୁଜବ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।