ମହମ୍ମଦ ସାମିଙ୍କ ପତ୍ନୀଙ୍କ ରିଲ୍ସକୁ ନେଇ ବଢିଲା ଚର୍ଚ୍ଚା । ବିଶ୍ୱକପରେ ଭଲ ପ୍ରଦର୍ଶନ କମାଇବ କି ତିକ୍ତତା?

2,238

କନକ ବ୍ୟୁରୋ: ବିଶ୍ୱକପରେ ଟିମ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ଖେଳାଳି ମହମ୍ମଦ ସାମି ଏବେ ଚର୍ଚ୍ଚାରେ । ଯଦିଓ କ୍ରିକେଟରେ ଏବେ ସେ ଚମକୁଛନ୍ତି କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିବାଦୀୟ ରହିଛି । ଏବେ ସାମିଙ୍କ ବୋଲିଂକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ସାମି ବିଶ୍ୱକପରେ ଲଗାତାର ଭଲ ବୋଲିଂ ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି । ଆଉ ଏହାରି ଭିତରେ ସୋସିଆଲ ମିଡିଆରେ ଚର୍ଚ୍ଚା ବଢିଛି, ସାମିଙ୍କ ସଫଳତା ପରେ ପତ୍ନୀ ହସିନ ଜାହାନଙ୍କ ମଧ୍ୟରେ ଥିବା ତିକ୍ତତା କମାଇବ କି? ସୋଶିଆଲ ମିଡିଆରେ ଏହାକୁ ନେଇ ନାନା ମତ ପ୍ରକାଶ ପାଉଛି । ତେବେ ଏହାରି ଭିତରେ ହସିନଙ୍କ ଏକ ରିଲସ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ସାମିଙ୍କ ଉଦ୍ଦେଶ୍ୟରେ ଥିବା ନେଇ ଚର୍ଚ୍ଚା ହେଉଛି ।