କନକ ବ୍ୟୁରୋ: ୭ ଦିନ ହେଲା ନିଖୋଜ ସ୍ୱାମୀଙ୍କ ମିଳୁନି ପତା । ସ୍ୱାମୀଙ୍କୁ ଝୁରି ଝୁରି ସ୍ତ୍ରୀ ଆଖିରୁ ଲୁହ ସୁଖୁନି । ଚର୍ଚ୍ଚା ହେଉଛି କଟକ ଡ଼ମପଡ଼ା-ଚନ୍ଦକା ଅଭୟାରଣ୍ୟରେ ସ୍ୱାମୀଙ୍କୁ ଅଜଗର ଗିଳି ଦେଇଛି । ଜଙ୍ଗଲ ଭିତରେ ଯେଉଁଠି ଅଜଗର ଶୋଇଛି ସେଠାରୁ ମାତ୍ର ୭ଶହ କି ୮୦୦ ମିଟର ଦୂରରୁ ବ୍ୟବସାୟୀ ନନ୍ଦ କିଶୋର ବେହେରାଙ୍କ ଚପଲ, ଲୁଗାପଟା, ଗାଡ଼ି ଉଦ୍ଧାର ହୋଇଛି । ଡ଼ମପଡ଼ା-ଚନ୍ଦକା ଅଭୟାରଣ୍ୟରେ ଥିବା ୫ ଖଣ୍ଡ ଗାଁକୁ ଫେରି ବେପାର ପାଇଁ ଗତ ୨୮ ତାରିଖରୁ ଘରୁ ବାହାରିଥିଲେ ନନ୍ଦକିଶୋର ।

Advertisment

ଗାଁରେ ଚର୍ଚ୍ଚା ହେଉଛି ସରସ୍ୱତୀଙ୍କ ସ୍ୱାମୀକୁ ଅଜଗର ଗିଳି ଦେଇଛି । ଏପଟେ ବନବିଭାଗ ଯୁକ୍ତି ହେଲା ଅଜଗର କଣ ମଣିଷ ଗିଳି ପାରିବ । ଅଜଗର ଅନ୍ୟକିଛି ଜନ୍ତୁ ଗିଳିଛି । ସେପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛି । ନିଖୋଜ ବ୍ୟବସାୟୀ ଗଲେ କୁଆଡେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଅନ୍ୟପଟେ ଏହି ଘଟଣା ଭିନ୍ନ ମୋଡ ନେଇଛି । ନିଖୋଜ ବ୍ୟବସାୟୀଙ୍କ ପରିବାରଗବର୍ଗ ବନବିଭାଗକୁ ଦାୟୀ କରି ଥାନାରେ ଅଭିଯୋଗ କରିଛନ୍ତି ।