କନକ ବ୍ୟୁରୋ: ଅସହ୍ୟ ଗରମର ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବାବେଳେ, ଅଘୋଷିତ ବିଜୁଳି କାଟ ଯୋଗୁଁ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ରାତି ଅଧରେ ଘଂଟା ଘଂଟା ଧରି ବିଦ୍ୟୁତ୍ କଟିବାରୁ ଦେଖିବାକୁ ମିଳିଛି ଏମିତି ଅସନ୍ତୋଷ । ପ୍ରତିବାଦ କରିଛନ୍ତି ଉପଭୋକ୍ତା । ବହୁ ସଂଖ୍ୟାରେ ଉପଭୋକ୍ତା ବିଦ୍ୟୁତ ବିଭାଗ ଅଫିସରେ ପହଁଚି ହୋହାଲ୍ଲା କରିଛନ୍ତିି ।

Advertisment

କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅଧିକାଂଶ ସ୍ଥାନରେ ସମାନ ଅବସ୍ଥା । ମନ ଇଛା ଘଂଟା ଘଂଟା ଧରି ବିଦ୍ୟୁତ୍ କାଟ କରୁଛନ୍ତି ବିତରଣ କମ୍ପାନୀ । ଆଉ ଅସହ୍ୟ ତାତିରେ ଦଣ୍ଡ ଭୋଗୁଛନ୍ତି ଉପଭୋକ୍ତା ।

ଅଘୋଷିତ ବିଜୁଳି କାଟ ଯୋଗୁଁ, ଲୋକେ ଏମିତି ହନ୍ତସନ୍ତ ହେଉଛନ୍ତି । ଯାହାକୁ ନେଇ ଖାଦ୍ ଶାସକ ଦଳର ବିଧାୟକ ରୁଦ୍ର ମହାରାଥୀ, ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଏ ହେଉଛି ସେହି ଚିଠି, ଯାହାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଲେଖିଛନ୍ତି ପିପିଲି ବିଧାୟକ । ସେହିପରି ଏ ହେଉଛି, ବିଦ୍ୟୁତ ବିଭାଗର ସୁପରିଟେଣ୍ଡେଂଟ ଇଞ୍ଜିନିୟରଙ୍କୁ ରୁଦ୍ର ମହାରଥୀ ଲେଖିଥିବା ଚିଠି । ଏହି ଚିଠିରେ ସେ ପିପିଲି ନିର୍ବାଚନମଣ୍ଡଳୀର ବିଜୁଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିବେଦନ କରିଛନ୍ତି । ବିଧାୟକଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଦିନ ହେବ ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଏହି ସମସ୍ୟା ଲାଗି ରହୁଛି । ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ।

ବିଜୁଳି କାଟ ଅଭିଯୋଗକୁ ଶକ୍ତି ମନ୍ତ୍ରୀ ବାରମ୍ବାର ଖଣ୍ଡନ କରି ଆସୁଛନ୍ତି । ପାୱାରକଟ କରାଯାଉନଥିବା କହି ଆସୁଛନ୍ତି । ହେଲେ, ବାସ୍ତବ ସ୍ଥିତି ଭିନ୍ନ କଥା କହୁଛି । ଯାହାକୁ ନେଇ ଲୋକଙ୍କ ବଢ଼ିବାରେ ଲାଗିଛି ଅସନ୍ତେଷ ।