ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ଅଭିଯୋଗ : କହିଲେ, ତାଙ୍କ ଜୀବନ ପ୍ରତି ରହିଛି ବିପଦ; ଗୃହ ଭିତରେ-ବାହାରେ ସେ ଅସୁରକ୍ଷିତ

Advertisment
ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ଅଭିଯୋଗ : କହିଲେ, ତାଙ୍କ ଜୀବନ ପ୍ରତି ରହିଛି ବିପଦ; ଗୃହ ଭିତରେ-ବାହାରେ ସେ ଅସୁରକ୍ଷିତ

କନକ ବ୍ୟୁରୋ : ସରକାରଙ୍କୁ ବାରମ୍ବାର ଟାର୍ଗେଟ କରି ଅଡୁଆରେ ପକାଉଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜୟନାରାୟଣ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି । ସେ ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଅସୁରକ୍ଷିତ ମନେ କରୁଛନ୍ତି । ପ୍ରାୟୋଜିତ ଭାବେ ତାଙ୍କ ଘର ସମ୍ମୁଖରେ ବିକ୍ଷୋଭ କରାଯାଉଛି । ତେବେ ତାଙ୍କର ଯଦି କିଛି ହୁଏ ତାହେଲେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଶାସକ ଦଳ ଚାହୁଁନି ବିଧାନସଭା ଚାଲୁ । ଶାସକ ଦଳ ଗଣ୍ଡଗୋଳ କରି ଗୃହ ବନ୍ଦ କରିଛନ୍ତି । ବିଧାନସଭା ନ ଚାଲିବାକୁ ଚକ୍ରାନ୍ତ କରୁଛି ଶାସକ ଦଳ । ବାଚସ୍ପତି ଦଳୀୟ ଭାବନା ଉପରେ ରହୁନାହାନ୍ତି । ଶାସକ ଦଳର କଣ୍ଢେଇ ଭଳି କାମ କରୁଛନ୍ତି ବାଚସ୍ପତି । ଗୃହ ଅତିକମରେ ୬୦ଦିନ ଚାଲିବା କଥା । ଆମେ ଯାହା କହୁଛୁ ବିବରଣୀରୁ ବାଦ୍ ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe