କନକ ବ୍ୟୁରୋ: ପୁଣି ତେଜିଲା ମହାନଦୀ ପ୍ରସଙ୍ଗ । ମହାନଦୀ ପାଣି ପ୍ରସଙ୍ଗକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ମଧ୍ୟରେ କଥା କଟାକଟି । ବିରୋଧୀ ଦଳ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ଦେଇ କହିଛନ୍ତି, ରାଜ୍ୟ, କେନ୍ଦ୍ର ଓ ପଡୋଶୀ ଛତିଶଗଡରେ ସମାନ ସରକାର । ରାଜ୍ୟ ସରକାର ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ପ୍ରସଙ୍ଗର ସମାଧାନ ଲାଗି ଚେଷ୍ଟା କରିବେ । ଛତିଶଗଡରେ ଡ୍ୟାମ୍ ସବୁ ହେବା ପରେ ମହାନଦୀ ଶୁଖିଲା ପଡିଛି । ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିଲେ ଭଲ । କିନ୍ତୁ ସେଥିପାଇଁ ମାନସିକତା ରହିବା ଦରକାର ବୋଲି କହି ତେରେଛା ବାଣ ମାରିଛନ୍ତି ବିଜେଡି ବିଧାୟକ । ସେପଟେ ବିଜେଡି ବିଧାୟକଙ୍କ କଥାରେ ଜବାବ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ।

Advertisment

କହିଛନ୍ତି, ବିଜେଡି ରାଜ୍ୟରେ ୨୪ ବର୍ଷ ସରକାରରେ ଥିଲେ । ମହାନଦୀ ପ୍ରସଙ୍ଗ ଏବେର ନୁହେଁ । ଛତିଶଗଡ ସହ ମହାନଦୀ ଜଳ ବିବାଦକୁ ନେଇ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଛତିଶଗଡ ସହ କେତେଥର ଆଲୋଚନା କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ସୁରେଶ ପୁଜାରୀ । ଏବେ ତ ବହୁତ ବିଳମ୍ବ ହୋଇଗଲାଣି । ଓଡିଶା ବହୁତ କ୍ଷତି ସହିଲାଣି । ନୂଆ ସରକାର ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ସହ ସାମ୍ବିଧାନିକ ଫୋରମରେ ଆଲୋଚନା କରି ଓଡିଶା ବାସୀଙ୍କୁ ନ୍ୟାୟ ଦେବେ ନିଶ୍ଚୟ ବୋଲି କହିଛନ୍ତି ସୁରେଶ ପୂଜାରୀ ।