ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ଆଗକୁ ଜୋରଦାର ହେବ ଚେକିଂ ଓ ଚାଲିବ ଚଢାଉ; ଉନ୍ନୟନ କମିଶନରଙ୍କ ସୂଚନା

231

କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତି ନେଇ ଉନ୍ନୟନ କମିଶନରଙ୍କ ସୂଚନା । ରାଜ୍ୟରେ କରୋନା ସଂକ୍ରମଣ ବଢିବାକୁ ଲାଗିଲାଣି । ଆଗକୁ ଜୋରଦାର ଚେକିଂ ଓ ଚଢାଉ ଚାଲିବ । ହୋଲି ଓ ଦୋଳ ପାଇଁ କଟକଣା ଜାରି ହୋଇଛି । ଚଢାଉ ପାଇଁ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ପ୍ରବଣ ରାଜ୍ୟରୁ ଫେରନ୍ତାଙ୍କ ଉପରେ ନଜର ରହିଛି । ବିମାନବନ୍ଦରରେ ଯାତ୍ରୀଙ୍କ ବିଧିବଦ୍ଧ ଭାବେ ସ୍କ୍ରିନିଂ ଚାଲିଛି । ବାହାର ଫେରନ୍ତାଙ୍କ ଉପରେ ନଜର ରଖିବାକୁ ସରପଞ୍ଚଙ୍କୁ କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଗଲାଣି । କିନ୍ତୁ ଏବେ ଯାଏଁ ଓଡିଶାରେ ନାଇଟ୍ କର୍ଫ୍ୟୁର କୌଣସି ନିଷ୍ପତ୍ତି ହୋଇନି ।