ଜମିଜମା କିଣାବିକା ପାଇଁ ବଦଳିଲା ନିୟମ  । ଇ- ରେଜିଷ୍ଟେସନ କ୍ଷେତ୍ରରେ  ବଡ଼ ପରିବର୍ତ୍ତନ  । ଭିଡ଼ ଦୂରେଇବାକୁ ହେବ ରେଜିଷ୍ଟ୍ରେସନ ପୂର୍ବରୁ ହେବ ଅନଲାଇନ ସ୍ଲଟ ବୁକିଂ 

5,793

କନକ ବ୍ୟୁରୋ: ଜମି କିଣାବିକା ପାଇଁ ବଦଳିଲା ନିୟମ । ଜମିଜମା ଇ-ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ ବ୍ୟବସ୍ଥାରେ ବଡ଼ ପରିବର୍ତନ କରାଯାଇଛି । ଭିଡ଼ ସମସ୍ୟା ଦୂର କରିବା ପାଇଁ ଏଣିକି ଅନ୍ ଲାଇନ୍ ସ୍ଲଟ୍ ବୁକିଂ କରିବାକୁ ହେବ । ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜିକରଣ କରାଯିବ । ଆଇଜିଆଇ ବା ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଏହା ଦ୍ୱାରା ଜମି କିଣାବିକା ବା ଯେକୌଣସି ସେଲ୍ ଡିଡ୍ କିମ୍ବା ପଞ୍ଜୀକରଣ ପାଇଁ ସବ୍ରେଜିଷ୍ଟ୍ରସନ୍ ଅଫିସରରେ ଭିଡ ହେବ ନାହିଁ ।

ଅନଲାଇନରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ । ବିଶେଷ କ୍ଷେତ୍ରରେ ଅନଲାଇନ୍ ପଞ୍ଜୀକରଣ କରାଇ ତକ୍ରାଳ ସୁବିଧା ବା ସ୍ଲଟ ଦିଆଯିବାର ବ୍ୟବସ୍ଥା ରହିବ । ଏହା ଦ୍ୱାରା ଜଣେ ବ୍ୟକ୍ତି ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ତାର ଜମି କିଣାବିକା ପଞ୍ଜୀକରଣ ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ ।