ସନସାଇନ୍ କଲେଜରେ ଏମିତି ଥାଲା ନିୟମ । ନିଜ ଭଉଣୀ ସହ ବି କଲେଜରେ କଥାହେବାକୁ ମିଳୁନଥିଲା ଅନୁମତି, ନିୟମ ନମାନିଲେ ମିଳୁଥିବା ଟିସି ଦେବାର ଧମକ

290

କନକ ବ୍ୟୁରୋ : ସନସାଇନ୍ କଲେଜରେ ଚାଲିଥିଲା ଅଜବ ନିୟମ । ଗୋବିନ୍ଦ ସାହୁ ତିଆରି କରିଥିବା ନିୟମକୁ ମାନି ସେଠାରେ ପାଠ ପଢୁଥିଲେ ଛାତ୍ରଛାତ୍ରୀ । ନିୟମ ନମାନିଲେ କଲେଜରୁ ବାହାର କରିଦେବା ପାଇଁ ଧମକ ଦିଆଯାଉଥିଲା । ସବୁ ଜାଣି ସବୁ ଦେଖି ଚୁପଚାପ୍ ରହୁଥିଲେ ଛାତ୍ରଛାତ୍ରୀ ।
ସନସାଇନ୍ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, କଲେଜରେ ପୁଅ ଝିଅ କଥାବାର୍ତ୍ତା କରିବା ଉପରେ କଟକଣା ଲଗାଯାଇଥିଲା । ଯଦି କୌଣସି ପୁଅ-ଝିଅ କଲେଜ ଭିତରେ କଥା ହେଉଥିଲେ ତାହେଲେ ତାଙ୍କୁ କଲେଜରୁ ବାହାର କରିଦିଆଯାଉଥିଲା । ପୁଅ-ଝିଅ କଥା ହେଲେ ପାଠ ପଢା ଉପରେ ପ୍ରଭାବ ପଡିବ କହି ଏପରି ନିୟମ କରାଯାଇଥିଲା । ଏପରିକି ନିଜ ଭଉଣୀ ସହ ବି କଥା ହେବା ଉପରେ କଟକଣା ଲଗାଯାଇଥିଲା । କଲେଜ ଭିତରେ ନିଜ ଭାଇ ତାର ଭଉଣୀ ସହ କଥା ହୋଇ ପାରିବ ନାହିଁ । ଯଦି ଏହାକୁ ନେଇ କିଏ ଆପତ୍ତି କରେ ତେବେ ଟିସି ଦେବା ପାଇଁ ଧମକ ମିଳୁଥିଲା । ସବୁ ଦେଖି ସବୁ ଶୁଣି ଚୁପ୍ ରହୁଥିଲେ ଛାତ୍ରଛାତ୍ରୀ ।
ଆଜିର ଏହି ଆଧୁନିକ ଯୁଗରେ ବି ସେଠାରେ ପୁଅ-ଝିଅଙ୍କ ଭିତରେ ଦୂରତା ବଢାଯାଉଥିଲା । ପାର୍ଥକ୍ୟ ସୃଷ୍ଟି କରାଯାଉଥିଲା । ପିଲାଙ୍କ ମୁଣ୍ଡରେ ଭର୍ତିକରାଯାଉଥିଲା କି, ଯଦି ଗୋଟିଏ ପୁଅ ଗୋଟିଏ ଝିଅ ସହିତ କଥା ହୁଏ ତାହେଲେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବ ଆଉ ପାଠପଢାରେ ଖରାପ ହେବ । ଏହିଭଳି କଥା ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଭର୍ତ୍ତି କରାଯାଉଥିଲା । ଗୋଟିଏ କଲେଜରେ ପୁଅ ଝିଅ ପାଠ ପଢିବି ପରସ୍ପର ପରସ୍ପର ସହ କଥା ହୋଇପାରୁନଥିଲେ । ଯିଏ କଲେଜର ନିୟମକୁ ଉଲଂଘନ କରୁଥିଲା ତାକୁ କଲେଜରୁ ବାହାର କରିଦିଆଯାଉଥିଲା ଅବା ଟିସି ଦେବାକୁ ଧମକ ଦିଆଯାଉଥିଲା । ଏବେ ଗୋବିନ୍ଦଙ୍କ କଳା କାରନାମାର ପର୍ଦ୍ଦାଫାସ ହେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି ।