‘ମୋ ବସ୍’ ଯାତ୍ରା ଉପରେ କଟକଣା : କରୋନା ମୁକାବିଲା ପାଇଁ ‘ମୋ ବସ୍’ରେ ଯାତ୍ରା ଉପରେ କଟକଣା

ଆସନ୍ତାକାଲିଠାରୁ ରୁଟ୍-୧୧ରେ ଗଡିବ ‘ମୋ ବସ’ । ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ଚାଲିବ ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଏହାକୁ ନଜରରେ ରଖି କ୍ରୁଟ୍ ପକ୍ଷରୁ ମୋ ବସରେ ଯାତ୍ରା ଉପରେ କଟକଣା ଲାଗିଛି। ଆଜି କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, କେବଳ ମେଡିକାଲକୁ ଯାଉଥିବା ଲୋକ, ବିମାନ ଓ ରେଳରେ ଅନ୍ୟ ସହରରୁ ଆସିଥିବା ଯାତ୍ରୀ ହିଁ ମୋ ବସରେ ଯାତ୍ରା କରିପାରିବେ। ହେଲେ ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ରେଳ ଓ ବିମାନରେ ଆସୁଥିବା ଯାତ୍ରୀ ଟିକେଟ୍ ଦେଖାଇବେ ଏବଂ ହସ୍ପିଟାଲ ଯିବାକୁ ଥିବା ଲୋକ ପ୍ରେସକ୍ରିପସନ୍ କିମ୍ବା ତାଙ୍କ ଅସୁସ୍ଥତାର ପ୍ରମାଣ ଦେଖାଇଲେ ମୋ ବସରେ ଯାତ୍ରା କରିପାରିବେ।

publive-image

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୩ ରୁ ୨୯ ପର୍ଯ୍ୟନ୍ତ ମୋ ବସ୍ ୬ଟି ରୁଟ୍ ରେ ଯାତାୟାତ କରିବ। ମୋଟ୍ ୧୭ ଟି ବସ୍ ଚାଲିବ। ପ୍ରତି ରୁଟରେ ଗୋଟିଏ ଘଣ୍ଟା ବ୍ୟବଧାନରେ ବସ୍ ଯାତାୟାତ କରିବ। ମାର୍ଚ୍ଚ ୨୩ ରୁ ୨୯ ପର୍ଯ୍ୟନ୍ତ ରୁଟ୍-୧୧ ରେ ନନ୍ଦନ ବିହାରରୁ ଲିଙ୍ଗିପୁର ରୁଟରେ ଭାୟା ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, କଳ୍ପନା ହୋଇ ୩ଟି ବସ୍ ଚାଲିବ। ସେହିପରି ରୁଟ୍ ୧୬ ରେ ମାଷ୍ଟରକ୍ୟାଣ୍ଟିନରୁ ବାଦାମବାଡ଼ିକୁ ୩ ଟି ବସ୍ ଭାୟା ରସୁଲଗଡ଼ ହୋଇ ଚାଲିବ, ରୁଟ୍ ୨୦ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ତିନିଟି ବସ୍ ଭାୟା ବାଣୀବିହାର ଓ ବରମୁଣ୍ଡା ହୋଇ ଚାଲିବ, ରୁଟ୍ ୨୩ ରେ ମାଷ୍ଟରକ୍ୟାଣ୍ଟିନ୍ରୁ ସମ୍ ହସ୍ପିଟାଲ ପର୍ଯ୍ୟନ୍ତ ତିନିଟି ବସ୍ ଭାୟା ଫାୟାରଷ୍ଟେସନ୍ ହୋଇ ଚାଲିବ, ରୁଟ୍ ୨୭ ରେ ମାଷ୍ଟରକ୍ୟାଣ୍ଟିନ୍ରୁ ଏମ୍ସ ପର୍ଯ୍ୟନ୍ତ ତିନିଟି ବସ୍ ଭାୟା ଫାୟାରଷ୍ଟେସନ, ବରମୁଣ୍ଡା ହୋଇ ଚାଲିବ, ରୁଟ୍ ୧ ରେ ମାଷ୍ଟରକ୍ୟାଣ୍ଟିନରୁ ବିମାନବନ୍ଦର ପର୍ଯ୍ୟନ୍ତ ୨ଟି ବସ୍ ଭାୟା ଏଜି ଛକ ହୋଇ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe