କନକ ବ୍ୟୁରୋ : କରୋନା କାଳରେ କଟକଣା ମଧ୍ୟରେ ହେବ ରୁକୁଣା ରଥ ଯାତ୍ରା । ଏହାକୁ ନେଇ ଭୁବନେଶ୍ୱର ମହାନଗର ନିଗମ ଜାରି କରିଛି ଗାଇଡଲାଇନ ।
- ଏଥର ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା
- ରୁକୁଣା ରଥଯାତ୍ରାରେ କେବଳ ଅଂଶଗ୍ରହଣ କରିପାରିବେ ସେବାୟତ
- ରଥ ଟଣା ଆଗରୁ ରଥର କରାଯିବ ସାନିଟାଇଜ୍ । ବିଏମସିକୁ ଏଥିରେ ସହ ଯୋଗ କରିବେ ମନ୍ଦିର ସେବାୟତ
-ରୁକୁଣା ରଥ ଯାତ୍ରାର ୪୮ ଘଂଟା ଆଗରୁ ଅଂଶଗ୍ରହଣ କରୁଥିବା ସମସ୍ତ ସେବାୟତଙ୍କର କରାଯିବ ଆରଟିପିସିଆର ଟେଷ୍ଟ । କେବଳ ନେଗେଟିଭ୍ ଆସିଲେ ରଥଯାତ୍ରାରେ ସାମିଲ ହେବାକୁ ମିଳିବ ଅନୁମତି
- ପୁରା ରଥ ଯାତ୍ରାରେ ସେବାୟତ ପିନ୍ଧିବେ ମାସ୍କ, ମାନିବାକୁ ପଡିବ ସାମାଜିକ ଦୂରତା
- ରୁକୁଣା ରଥ ଯାତ୍ରା ସମୟରେ ଦୈନିକ ସମସ୍ତ ସେବାୟତଙ୍କର କରାଯିବ ଥର୍ମାଲ ସ୍କ୍ରିନିଂ
- ମିନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା
-ରଥ ଯାତ୍ରା ସମୟରେ ବାଣ ଫୁଟାଇବା ଉପରେ କଟକଣା
- ରଥ ଯାତ୍ରା ସମୟରେ ପାନଛେପ ପକାଇବା, ଚୁଇଁଗମ୍ , ପାନ-ଗୁଟକା ବ୍ୟବହାର ବ୍ୟାନ
- ନିୟମ ଉଲ୍ଲଙ୍ଘନ କଲେ ସେବାୟତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ