ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ । ବିନା ଶ୍ରଦ୍ଧାଳୁରେ ହେବ ରୁକୁଣା ରଥଯାତ୍ରା

165

କନକ ବ୍ୟୁରୋ : କରୋନା କଟକଣା ଭିତରେ କିଭଳି ପାଳନ ହେବ  ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ପର୍ବ ରୁକୁଣା ରଥଯାତ୍ରା, ସେନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ । ବୈଠକରେ ବିନା ଶ୍ରଦ୍ଧାଳୁରେ ରଥଯାତ୍ରା ସମାପନ ନେଇ ଆଲୋଚନା ହୋଇଥିବା ଜଣାପଡିଛି । ଏହା ସହ ସ୍ୱଳ୍ପ ସେବାୟତଙ୍କୁ ମଧ୍ୟ ଏହି ରଥଯାତ୍ରାରେ ନିୟୋଜିତ କରାଯିବା ନେଇ ବି ଆଲୋଚନା ହୋଇଛି  ।

ଅନ୍ୟପଟେ ରଥ ଟାଣିବା ବେଳେ ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁହେବା ନେଇ ସୂଚନା ଦିଆଯାଇଛି   । ଉଭୟ ୨୦ ଓ ୨୪ ତାରିଖରେ ୧୪୪ ଧାରା ଲାଗୁ ହେବ । ଏହି ବୈଠକରେ ଲିଙ୍ଗରାଜ ସେବାୟତ, ଲିଙ୍ଗରାଜ ମନ୍ଦିର କମିଟି ଓ ପୋଲିସ କମିଶନର ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।