ଭାଙ୍ଗିଲା ରୁକୁଣା ରଥା ପରମ୍ପରା ! ପଣା ସଂକ୍ରାନ୍ତିରେ ମାଉସୀ ମା ମନ୍ଦିରରେ ପହଞ୍ଚିଲାନି ରଥ, ଅଧାରେ ଅଟକିଲେ ମହାପ୍ରଭୁ ଲିଙ୍ଗରାଜ ।

93

କନକ ବ୍ୟୁରୋ : ଅଧାରେ ଅଟକିଲା ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ । ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପଭୁ ଶ୍ରୀ ଲିଙ୍ଗରାଜ ଦ୍ୱିତୀୟ ଦିନରେ ମଧ୍ୟ ନିଜର ମାଉସୀଙ୍କ ଘରକୁ ପହଂଚି ପାରି ନାହାନ୍ତି । ପ୍ରଥମ ଦିନ ଶନିବାର ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପରେ ରଥ ଟଣାଯାଇଥିଲା । ମାତ୍ର କିଛି ବାଟ ଯିବା ପରେ ରୁକୁଣା ରଥ ଅଟକି ଯାଇଥିଲା । ଏହା ପରେ ରଥଟଣା କାମ ବନ୍ଦ କରାଯାଇଥିଲା । ପ୍ରଭୁ ଲିଙ୍ଗରାଜଙ୍କ ରଥକୁ ଆଜି ଭକ୍ତମାନେ ପୁଣି ଥରେ ଟାଣିଥିଲେ । ମାଉସୀଙ୍କ ଘରକୁ ନେବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ସୂଚନାଯୋଗ୍ୟ ଗତକାଲି ଭଳି ଆଜି ମଧ୍ୟ ରଥ ଅଟକିଛି । ମାଉସୀ ମନ୍ଦିର ସମ୍ମୁଖରେ ରଥ ପହଂଚିପାରି ନାହିଁ । ମନ୍ଦିର ପ୍ରଶାସନ ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ ପ୍ରଭୁ ଲିଙ୍ଗରାଜଙ୍କ ରଥ ଅସୁର କିଆରୀ ଠାରେ ଅଟକିଛି । ରଥକୁ ସୋମବାର ପୁଣି ଟଣାଯିବାର କାର୍ଯ୍ୟକ୍ରମ ଅଛି । ଇତି ମଧ୍ୟରେ ପରଂପରା ଭାଙ୍ଗିଛି । ଠିକ ସମୟ ମଧ୍ୟର ରଥ ମାଉସୀ ମନ୍ଦିରକୁ ପହଂଚି ପାରି ନଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ନାହିଁ ।