ପୁରୀ ରଥଯାତ୍ରା ଭଳି ହେବ କି ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ବିନା ଭକ୍ତ ଓ ଅଳ୍ପ ସେବାୟତରେ ରଥଯାତ୍ରା କରିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ ।

234

କନକ ବ୍ୟୁରୋ: ଆଶା ଓ ଆଶଙ୍କାରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । କୋଭିଡ ଯୋଗୁଁ ଗତବର୍ଷ ହୋଇପାରିନଥିବା ରଥଯାତ୍ରାକୁ ଏ ବର୍ଷ କରିବା ନେଇ  ଜୋରସୋରରେ ଆଲୋଚନା ହୋଇଛି । ପୁରୀ ରଥଯାତ୍ରା ଭଳି ଏ ବର୍ଷ ରୁକୁଣା  ରଥଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଆଉ ସରକାର ଅନୁମତି ଦେଲେ ଗଡିବ ରୁକୁଣା ରଥ ।

ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା  ରଥଯାତ୍ରା ହେବ ନା ନାହିଁ । ଏହାକୁ  ନେଇ ଉକ୍ରଣ୍ଠା ବଢୁଥିବାବେଳେ  ପୁରୀ ଭଳି  ରୁକୁଣା ରଥଯାତ୍ରା କରିବାକୁ ଜୋରସୋରରେ ଚାଲଛି ଚିନ୍ତା । କୋଭିଡ ପାଇଁ ଗତବର୍ଷ ରୁକୁଣା ରଥଯାତ୍ରା ହୋଇପାରିନଥିଲା । ତେଣୁ ଏଥର  କୋଭିଡ କଟକଣା ମାନି  ରୁକୁଣା ରଥ କରିବାକୁ  ଚାଲିଛି ଆଲୋଚନା । କୋଭିଡ ନିୟମ ମାନି  ବିନା ଭକ୍ତରେ  ସେବାୟତଙ୍କୁ ନେଇ ରଥଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ ।

ଏଥର ପୁରୀ ରଥଯାତ୍ରା ଭଳି ହୋଇପାରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ।  ତେଣୁ ଭକ୍ତଙ୍କ ଭାବନାକୁ ନଜର ରଖି ଏଥର ବିନା ଭକ୍ତରେ ହୋଇପାରେ ରଥଯାତ୍ରା । ରଥ ଉପରେ  କେବଳ କମ ସେବାୟତ ଉପସ୍ଥିତରେ ହୋଇପାରେ ନୀତିକାନ୍ତି  । ଭକ୍ତଙ୍କ ବଦଳରେ  କର୍ଡନ କରି ସୁରକ୍ଷା କର୍ମୀ ଓ ସେବାୟତ ଟାଣିପାରନ୍ତି ରଥ । ରଥଯାତ୍ରା ନେଇ ବ୍ଲପ୍ରିଂଟ ସରିଛି ।  ସରକାର ଏନେଇ ସବୁଜ ସଙ୍କେତ ଦେବା ପରେ  ରୁକୁଣା ରଥଯାତ୍ରା କରିବାକୁ ପ୍ରଶାସନ ଆଗକୁ ବଢିବ । ସେପଟେ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ ।