କନକ ବ୍ୟୁରୋ: ଆଶା ଓ ଆଶଙ୍କାରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । କୋଭିଡ ଯୋଗୁଁ ଗତବର୍ଷ ହୋଇପାରିନଥିବା ରଥଯାତ୍ରାକୁ ଏ ବର୍ଷ କରିବା ନେଇ ଜୋରସୋରରେ ଆଲୋଚନା ହୋଇଛି । ପୁରୀ ରଥଯାତ୍ରା ଭଳି ଏ ବର୍ଷ ରୁକୁଣା ରଥଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଆଉ ସରକାର ଅନୁମତି ଦେଲେ ଗଡିବ ରୁକୁଣା ରଥ ।
ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବ ନା ନାହିଁ । ଏହାକୁ ନେଇ ଉକ୍ରଣ୍ଠା ବଢୁଥିବାବେଳେ ପୁରୀ ଭଳି ରୁକୁଣା ରଥଯାତ୍ରା କରିବାକୁ ଜୋରସୋରରେ ଚାଲଛି ଚିନ୍ତା । କୋଭିଡ ପାଇଁ ଗତବର୍ଷ ରୁକୁଣା ରଥଯାତ୍ରା ହୋଇପାରିନଥିଲା । ତେଣୁ ଏଥର କୋଭିଡ କଟକଣା ମାନି ରୁକୁଣା ରଥ କରିବାକୁ ଚାଲିଛି ଆଲୋଚନା । କୋଭିଡ ନିୟମ ମାନି ବିନା ଭକ୍ତରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ ।
ଏଥର ପୁରୀ ରଥଯାତ୍ରା ଭଳି ହୋଇପାରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ତେଣୁ ଭକ୍ତଙ୍କ ଭାବନାକୁ ନଜର ରଖି ଏଥର ବିନା ଭକ୍ତରେ ହୋଇପାରେ ରଥଯାତ୍ରା । ରଥ ଉପରେ କେବଳ କମ ସେବାୟତ ଉପସ୍ଥିତରେ ହୋଇପାରେ ନୀତିକାନ୍ତି । ଭକ୍ତଙ୍କ ବଦଳରେ କର୍ଡନ କରି ସୁରକ୍ଷା କର୍ମୀ ଓ ସେବାୟତ ଟାଣିପାରନ୍ତି ରଥ । ରଥଯାତ୍ରା ନେଇ ବ୍ଲପ୍ରିଂଟ ସରିଛି । ସରକାର ଏନେଇ ସବୁଜ ସଙ୍କେତ ଦେବା ପରେ ରୁକୁଣା ରଥଯାତ୍ରା କରିବାକୁ ପ୍ରଶାସନ ଆଗକୁ ବଢିବ । ସେପଟେ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/vlcsnap-2021-04-08-21h52m08s88.png)