କନକ ବ୍ୟୁରୋ: ଟିକେଟ ଘୋଷଣା ପରେ ଆରମ୍ଭ ହୋଇଯାଇଛି ପ୍ରଚାର । ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ପ୍ରଚାରକୁ ଜୋରଦାର କରିଛି ବିଜେପି । ଏହି ଆସନରୁ ରୁଦ୍ରନାରାୟଣ ପାଣିଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ । ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ରୁଦ୍ର । ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ ବିଜେପି ପର୍ଯ୍ୟବେକ୍ଷକ ଗୋଲକ ମହାପାତ୍ର ଓ ଶତାଧିକ କର୍ମୀଙ୍କ ସହ ପଦଯାତ୍ରା କରି ଗନ୍ଦିଆ ବଜାର ପରିକ୍ରମା କରିଛନ୍ତି । ଗନ୍ଦିଆ ଥାନା ସମ୍ମୁଖରେ ବିଜେପିର ନୂତନ କାର୍ଯ୍ୟାଳୟକୁ ମଧ୍ୟ ଉଦଘାଟନ କରିଛନ୍ତି ରୁଦ୍ରନାରାୟଣ । ଏଥିସହ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରିଛନ୍ତି ।
ଢେଙ୍କାନାଳରେ ଜମୁଛି ପ୍ରଚାର । ତାରିଣୀ ମା’ଙ୍କୁ ପୂଜାର୍ଚ୍ଚନା ପରେ ପ୍ରଚାରରେ ବାହାରିଲେ ରୁଦ୍ରନାରାୟଣ ପାଣି ।
/kanak/media/post_attachments/wp-content/uploads/2024/04/Screen-Shot-2024-04-13-at-8.58.28-AM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)