ନବୀନ ନିବାସରୁ ଟିକେଟ ନେଲେ ରୁଦ୍ର ପ୍ରତାପ ମହାରଥୀ । କହିଲେ, ପିପିଲି ଓ ଡେଲାଙ୍ଗର ଉନ୍ନତି ପାଇଁ ଚେଷ୍ଟା କରିବି ।  

127

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପିପିଲି ମୈଦାନକୁ ଓହ୍ଲାଇବା ପୂର୍ବରୁ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ରୁଦ୍ର । ଏହାସହ ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି ରୁଦ୍ର ପ୍ରତାପ ।

ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର । ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଧେନ୍ଦୁଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆଗାମୀ ନିର୍ବାଚନରେ ବିଜୟ ପାଇଁ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ । ଆଗାମୀ ୩୦ ତାରିଖରେ ସେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ଟିକେଟରେ ନାମାଙ୍କନ ପତ୍ର ଦାଖଲ କରିବେ ।