ପିପିିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ରୁଦ୍ର ପ୍ରତାପ ମହାରଥୀ । ବିରାଟ ପଟୁଆରରେ ଆସି ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଭରିଲେ ନାମାଙ୍କନ । 

ଏକାଧିକ ନେତା ଓ ମନ୍ତ୍ରୀଙ୍କ ସହ ଦମ ଦେଖାଇଲା ବିଜେଡି 

133

କନକ ବ୍ୟୁରୋ: ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଜେଡି ଟିକେଟରେ ବାପାଙ୍କ ପାରମ୍ପରିକ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଜୁନିଅର ମହାରଥୀ । ଆଜି ନାମାଙ୍କନ ପତ୍ର ଦାଖଲ ସହ ଲଢେଇ ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରୁଦ୍ର ।

ବିଜେଡିର ଏକାଧିକ ନେତା ଓ ମନ୍ତ୍ରୀଙ୍କ ଗହଣରେ ବିରାଟ ପଟୁଆରରେ ପହଂଚିଥିଲେ ପିପିଲି ପାଇଁ ବିଜେଡି ପ୍ରାର୍ଥୀ । ପିପିଲିରେ ଥିବା ବିଜେଡି କାର୍ଯ୍ୟାଳୟରୁ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ରୁଦ୍ର ପ୍ରତାପ ମହାରଥୀ ପୁରୀ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ କର୍ମୀ ଓ ସଂଗଠନ ସଦସ୍ୟମାନେ ଅନାଇ ରହିଥିବା ଦେଖିବାକୁ ମିଳିଥିଲା ।

ପିପିଲି ଦୀର୍ଘଦିନ ଧରି ପ୍ରଦୀପ ମହାରଥୀ ଓ ବିଜେଡିର ଗଡ ହୋଇ ରହିଆସିଛି । ତାଙ୍କ ପୁଅ ରୁଦ୍ରଙ୍କୁ ପ୍ରାର୍ଥୀ କରି ବିଜେଡି ସମବେଦନାର ଭୋଟ ସାଉଂଟିବାକୁ ରଣନୀତି କରିଛି । ତେବେ ବାପାଙ୍କୁ ଗତଥର କଡା ଟକ୍କର ଦେଇଥିଲେ ବିଜେପିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଏଥର ମଧ୍ୟ ଦଳ ତାଙ୍କୁ ରୁଦ୍ରଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛି । ତେଣୁ ବାପାଙ୍କ ଭଳି ରୁଦ୍ର ପ୍ରତିପକ୍ଷଙ୍କୁ କିଭଳି ଟକ୍କର ଦେଉଛନ୍ତି ତା ଉପରେ ନଜର ରହିଛି । ସେପଟେ ଦଳୀୟ ପ୍ରାର୍ଥୀଙ୍କ ଜିତାଇ ଉପନିର୍ବାଚନରେ ବିଜୟର ଧାରା ବଜାୟ ରଖିବାକୁ ସବୁ ରଣନୀତି ସ୍ଥିର କରିସାରିଛନ୍ତି ବିଜେଡିର ଶୀର୍ଷ ରଣନୀତିକାର ।