ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ ଜାତୀୟ ଲାଡଲି ମିଡିଆ ସମ୍ମାନ

56

କନକ ବ୍ୟୁରୋ : ଯୁବ ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ ମିଳିଛି ଜାତୀୟ ଲାଡଲି ମିଡିଆ ସମ୍ମାନ । ସାମାଜିକ ଲିଙ୍ଗଗତ ସମସ୍ୟା ଓ ଏହାକୁ ଦୂର କରିବାକୁ ଚେଷ୍ଟା କରୁଥିବା ଜାତୀୟ ସ୍ତରର ସାଂବାଦିକମାନଙ୍କ ମଧ୍ୟରେ ୧୦ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ଚଳିତ ବର୍ଷ ୧୦ ବର୍ଷରେ ପଦାର୍ପଣ କରିଛି । ଏହି ପୁରସ୍କାର ପାଇଁ ଚଳିତ ବର୍ଷ ୧୧ ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।