ପିପିଲିରେ ଆଗୁଆ ଅଛନ୍ତି ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥୀ: କହିଲେ, ଜନାଦେଶକୁ ସମ୍ମାନ ଦେଇ ‘ମାଟି ପାଇଁ କାମ କରିବି’

123

କନକ ବ୍ୟୁରୋ: ଚାଲିଛି ପିପିଲି ଉପନିର୍ବାଚନ ଭୋଟ୍ ଗଣତି । ୧୫ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ ୧୬ ହଜାର ୬୪୦ ଭୋଟରେ ଆଗୁଆ ଅଛନ୍ତି । ଏନେଇ ପ୍ରତିକ୍ରିୟା ରଖି ରୁଦ୍ର ମହାରଥୀ କହିଛନ୍ତି ଜନାଦେଶକୁ ସମ୍ମାନ ଦେଇ ମାଟି ପାଇଁ କାମ କରିବି । ପିପିଲିକୁ ବଦନାମ ଉଦ୍ୟମ କରୁଥିବା ଲୋକଙ୍କୁ ଜବାବ ଦେଉଛନ୍ତି ଜନତା ।

ରୁଦ୍ର ମହାରଥୀଙ୍କୁ ବର୍ତମାନସୁଦ୍ଧା ୫୯ ହଜାର ୧୮୫ ଭୋଟ ମିଳିଥିବା ବେଳେ ବିଜେପି ପ୍ରାଥି ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୪୨ ହଜାର ୫୪୫ । ମୋଟ ୨୫ଟି ରାଉଣ୍ଡରେ ଭୋଟ ଗଣତି ହେବ । କିଏ ମାରିବ ବାଜି, ତାହା ଉପରେ ରହିଛି ସମସ୍ତଙ୍କ ନଜର । କାଉଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ଗଣତି ଚାଲିଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।