୩୦ରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଗଡ ବଞ୍ଚାଇବାକୁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଋଣନୀତି ।

151

କନକ ବ୍ୟୁରୋ : ଆସନ୍ତା ୩୦ରେ ପିପିଲି ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନର ବିଜେଡ଼ିରୁ ପ୍ରାର୍ଥି ଅଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ଆଜି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପିପିଲି ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡ଼ିର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ପିପିଲି ଉପ-ନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ଥିବା ପ୍ରତାପ ଦେବ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂ ଦେଓ, ବିଭୁତି ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ପିପିଲି ଉପ-ନିର୍ବାଚନ ପାଇଁ ପ୍ରତି ପଞ୍ଚାୟତ ପାଇଁ ବିଜେଡି କରିଛି ସ୍ୱତନ୍ତ୍ର କମିଟି । ଯେଉଁଥିରେ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ପାଇଁ ରୁଦ୍ର ମହାରାଥୀଙ୍କ ନାଁ ଘୋଷଣା କରିଥିଲେ । ପ୍ରାର୍ଥୀ ନେଇ ନାଁ ଘୋଷଣା ହେବା ପରେ ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ କାମ କରିବେ ବୋଲି କହିଥିଲେ ରୁଦ୍ର ମହାରଥୀ ।