ବିଜେପି ସାଂସଦଙ୍କ ଅଫିସ ବାହାରେ ପଡି ରହିଛି ଆମ୍ବୁଲାନ୍ସ । ପଚାରିଲେ ଏମିତି କାରଣ ଦେଲେ ସାଂସଦ ।

Advertisment
ବିଜେପି ସାଂସଦଙ୍କ ଅଫିସ ବାହାରେ ପଡି ରହିଛି ଆମ୍ବୁଲାନ୍ସ । ପଚାରିଲେ ଏମିତି କାରଣ ଦେଲେ ସାଂସଦ ।

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଏବେ ଅକ୍ସିଜେନ ସଙ୍କଟ ସାଙ୍ଗକୁ ଆମ୍ବୁଲାନ୍ସ ଅଭାବର ରୋଗୀ ସାମ୍ନା କରୁଛନ୍ତି । ଆଉ କମ ଆମ୍ବୁଲାନ୍ସ ସାଙ୍ଗକୁ ଅଧିକ ରୋଗୀ ଥିବାବେଳେ ଆମ୍ବୁଲାନ୍ସ ମାଲିକମାନେ ମନଇଚ୍ଛା ଦର ନେଉଛନ୍ତି । ଅଧିକାଂଶ କ୍ଷେତ୍ରରେ ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବାରୁ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଯାଉଛି । ତେବେ ବିହାରର ସରଣ ଜିଲ୍ଲାରେ ବିଜେପି ସାଂସଦଙ୍କ ଘରେ ୩୦ରୁ ଅଧିକ ଆମ୍ବୁଲାନ୍ସ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଜନ ଅଧିକାର ପାର୍ଟିର ସଭାପତି ରାଜେଶ ରଂଜନ ଓରଫ ପପୁ ଯାଦବ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ।

ପପୁ ଯାଦବ କହିଛନ୍ତି ଯେ ଗୋଟିଏ ପଟେ କରୋନା ମହାମାରୀ ପାଇଁ ସାଂଘାତିିକ ସ୍ଥିତି ଦେଖାଦେଇଥିବା ବେଳେ ଅନ୍ୟପଟେ ଏକାଧିକ ଆମ୍ବୁଲାନ୍ସକୁ ପୂର୍ବତନ ବିଜେପି ମନ୍ତ୍ରୀ ତଥା ଜାତୀୟ ମୁଖପାତ୍ର ରାଜୀବ ପ୍ରତାପ ରୁଡିଙ୍କ କାର୍ଯ୍ୟାଳୟରେ ଲୁଚାଇ ରଖାଯାଇଛି। ଏଠାରେ କ’ଣ ଘଟୁଛି ତାହାର ତଦନ୍ତ ହେବା ଉଚିତ୍। ”ପପୁ ଯାଦବ ଆମ୍ବୁଲାନ୍ସର ଚିତ୍ର ଟ୍ୱିଟ୍ କରିବା ପରେ ସୋସିଆଲ ମିଡିଆରେ ଲୋକମାନେ ବିଜେପି ଏବଂ ଏହାର ନେତାଙ୍କୁ ନେଇ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।

ଏହି ଘଟଣାକୁ ନେଇ ପୂର୍ବତନ ବିଜେପି ମନ୍ତ୍ରୀ ତଥା ଜାତୀୟ ମୁଖପାତ୍ର ରାଜୀବ ପ୍ରତାପ ରୁଡି କହିଛନ୍ତି ଯେ, “ପପୁ ଯାଦବ ଶସ୍ତା ରାଜନୀତି କରନ୍ତି। କୌଣସି ତଥ୍ୟ ନଥାଇ ପ୍ରଶ୍ନ ଉଠାଉଛନ୍ତି’। ରୁଡି କହିଛନ୍ତି, ‘ଡ୍ରାଇଭର ନ ଥିବାରୁ ଆମ୍ବୁଲାନ୍ସ ଗୁଡିକ କାର୍ଯ୍ୟକ୍ଷମ ହୋଇପାରିନାହିଁ । କରୋନା ସମୟରେ ଡ୍ରାଇଭର ମିଳୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି । ପପୁ ଯାଦବ ଯଦି ସକ୍ଷମ ତେବେ ଡ୍ରାଇଭର ଦିଅନ୍ତୁ । ମୁଁ ଏହି ସମସ୍ତ ଆମ୍ବୁଲାନ୍ସକୁ ମାଗଣାରେ ଦେବାକୁ ପ୍ରସ୍ତୁତ ଅଛି। “

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe