ବିଧାନସଭାରେ ଜାରି ରହିଛି ବିରୋଧୀଙ୍କ ହଙ୍ଗାମା ; ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ, ବାରମ୍ବାର ଗୃହ ମୁଲତବୀ

Advertisment
ବିଧାନସଭାରେ ଜାରି ରହିଛି ବିରୋଧୀଙ୍କ ହଙ୍ଗାମା ; ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ, ବାରମ୍ବାର ଗୃହ ମୁଲତବୀ

କନକ ବ୍ୟୁରୋ: ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ପ୍ରଥମ ଦୁଇ ଦିନ ଚାଲିପାରିନାହିଁ ଗୃହ। ଏହାରି ଭିତରେ ଆଜି ଗୃହ ସ୍ୱାଭାବିକ ଚାଲିବ ନା ବିରୋଧୀଙ୍କ ହଙ୍ଗାମାରେ ଚାଲିଯିବ ଦିନ। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଘେରିବାକୁ ପ୍ରୟାସ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ।

ମଙ୍ଗଳବାର ବିଜେଡି ସଭ୍ୟ ଧ୍ରୁବ ସାହୁ, ବାଚସ୍ପତିଙ୍କ ମାଇକ ଛିଣ୍ଡାଇ ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଅପରାହ୍ନ ୪ଟା ୨୮ରେ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି। ଏହାରି ଭିତରେ ବିରୋଧୀ ଦଳ ପୁଣିଥରେ ସେହି ପ୍ରସଙ୍ଗ ଉଠାଇ ପାରନ୍ତି। ବିରୋଧୀଙ୍କ ଦାବି ହେଲା, ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ। ଓଡ଼ିଆ ପୁଅକୁ ସୁରକ୍ଷା ଦାବି ସହ ଓଡ଼ିଆ ପୁଅକୁ ଅପମାନ ଚଳିବ ନାହିଁ କହି ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ ବିଜେଡି ସଭ୍ୟ। ଆଉ ଏହି ପ୍ରସଙ୍ଗରେ ସରକାରଙ୍କ ଉତ୍ତର ଦିଅନ୍ତୁ ବୋଲି ବିରୋଧୀ ଦଳ ଦାବି କରିଥିଲା।

ଗୃହକୁ ସ୍ୱାଭାବିକ ଚଳାଇବା ପାଇଁ ବାଚସ୍ପତି ବାରମ୍ବାର ବିରୋଧୀଙ୍କୁ ନିବେଦନ କରିଥିଲେ। କିନ୍ତୁ ସେମାନେ ଶୁଣିନଥିଲେ। ଏହାରି ଭିତରେ ଆସନ୍ତାକାଲି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ତେଣୁ ବଜେଟ୍ ପୂର୍ବରୁ ଗୃହ ସ୍ୱାଭାବିକ ଚାଲୁଛି ନା ହୋହଲ୍ଲାରେ ଶେଷ ହେଉଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe