କନକ ବ୍ୟୁରୋ : କଟକ ମହାନଗର ନିଗମ ବା ସିଏମସି ବୈଠକରେ ହୋହଲ୍ଲା । ବିରୋଧୀ କର୍ପୋରେଟର ମେୟରଙ୍କୁ ବାଲିଯାତ୍ରା ଦୁର୍ନୀତି ହୋଇଥିବା କଥା କହି ପ୍ରଶ୍ନ କରିଥିଲେ । ପରେ ଏହାକୁ ନେଇ ଶାସକ ଦଳ କର୍ପୋରେଟର ମଧ୍ୟ ବିରୋଧୀଙ୍କ ସହ ପାଟିତୁଣ୍ଡ କରିଥିଲେ । ପରେ ବୈଠକ ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବା ପାଇଁ ମିଳିଥିଲା । ଆଉ ମେୟର ସୁବାସ ସିଂହ ଏବଂ କମିଶନର ବୈଠକ ସ୍ଥଳ ଛାଡି ପଳାଇ ଯାଇଛନ୍ତି ।

Advertisment

ନିକଟରେ ବାଲିଯାତ୍ରା ଆୟୋଜିତ ହୋଇଥିଲା । ଏହି ସମୟରେ ସ୍ୱାଗତ ତୋରଣ, ଲେଜର ସୋ, ଏସି ହ୍ୟାଙ୍ଗର, ଆତଶବାଜି ଓ ପ୍ରଜ୍ଞାପନ ରଥ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ୮କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ